ପଥର ଖାଦାନ ବନ୍ଦ ପାଇଁ ଧାରଣା ଷଷ୍ଠ ଦିନରେ : ଧାରଣା ବନ୍ଦ ପାଇଁ ପ୍ରଶାସନ ଚେଷ୍ଟା କରି ବିଫଳ
ଛତ୍ରପୁର(ଓ୍ବାଇଏନଏସ) : ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଚାଂୟତ ଅଧିନ ଝରପୋଖରୀ ଗ୍ରାମବାସୀ ମାନେ ପଥର ଖାଦାନ ବନ୍ଦ ଦାବୀ ନେଇ ଦେଇଥିବା ଧାରଣା ଆଜି ଷଷ୍ଠ ଦିନରେ ପହଂଚିଛି । ଆଜି ଏହି ଧାରଣା କିପରି ହଟିବ ସେନେଇ କିଛି ଜଣ ଲିଜ ଧାରୀଙ୍କ ମଧ୍ୟସ୍ଥି ସାଜି ଧାରଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝେଇବାକୁ ଚେଷ୍ଟାକରିଥିଲେ ବି ଆନ୍ଦୋଳନକାରୀ ସେମାନଙ୍କ ଯିଦରେ ଅଟଳ ରହିଥିଲେ, ସେମାନଙ୍କ ଗୋଟିଏ ଦାବୀ ପଥର ଖାଦାନ ବନ୍ଦ ହେଉ । ଏହାପରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, କନିଷ୍ଠ ଖଣି ଅଧିକାରୀ ଦୀପକ ଜେନା,ଛତ୍ରପୁର ପୁଲିସ ଘଟଣା ସ୍ଥଳରେ ପହଂଚି ପୁଣି ଆନ୍ଦୋଳନକାରୀମାନଙ୍କୁ ବୁଝାଇଥିଲେ । ଧାରଣା ନକରି ଆଲୋଚନା କରି ଏହାର ସମାଧାନ କରିବାକୁ ପ୍ରଶାସନ ଲୋକଙ୍କୁ ଚାପ ପକାଇଥିଲେ । କିନ୍ତୁ ଗ୍ରାମବାସୀ ପ୍ରଶାସନକୁ ରୋକଠୋକ ଶୁଣାଇଥିଲେ କି ଯେତେ ଦିନ ପ୍ରର୍ଯ୍ୟନ୍ତ ଏହି ଖାଦାନ ବନ୍ଦ ହୋଇନାହିଁ ସେତେଦିନ ପ୍ରର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ । ଅନ୍ୟପକ୍ଷରେ ଗତକାଲି ଛୋଟ ଛୋଟ ସ୍କୁଲ ଛାତ୍ର/ଛାତ୍ରୀ ଏବଂ କଲେଜ ଛାତ୍ର/ଛାତ୍ରୀମାନେ ଏହି ଧାରଣାରେ ସାମିଲ ହୋଇଥିବାରୁ ପ୍ରଶାସନକୁ ଚିନ୍ତା ଘାରିଛି, ବିଭିନ୍ନ ଉପାୟରେ କିପରି ଏହାର ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କ ଗୋଟିଏ ଦାବୀ ପଥର ଖାଦାନ ବନ୍ଦ ହେଉଁ, ନଚତେ ଏଠି ହିଁ ମରିବୁ ପଛେ ହଟିବୁ ନାହିଁ, ଆନ୍ଦୋଳନ ପାଇଁ ସେଠାରେ ପଥର ଖାଦାନ ବନ୍ଦ ରଖିବାକୁ ଖଣି ବିଭାଗ ପକ୍ଷରୁ ଲିଜ ଧାରୀକୁ କୁହାଯାଇଛି ବୋଲି କନିଷ୍ଠ ଖଣି ଅଧିକାରୀ ଦୀପକ ଜେନା ସୂଚନା ଦେଇଛନ୍ତି । ଲିଜ ଧାରୀ କେତେ ପରିମାଣର ଖାଦାନ କରିଛି ତାହାର ତଦନ୍ତ କରାଯିବ ବୋଲି କହିଥିଲେ । ସୂଚନା ଥାଉକି
ଜୈନିକ ବ୍ୟକ୍ତି ପଥର ଖାଦାନ ପାଇଁ ଲିଜ ନେଇଥିଲେ ବି ଅହରହ ପଥର ଫୁଟେଇବା ସହ ଘରର କାନ୍ଥ ଫାଟୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମର ରାସ୍ତା ମଧ୍ୟ ନଷ୍ଟ ହେବାସହ ଯାତାୟତ ବେଳେ ଭୟ ମଧ୍ୟ ଲାଗୁଛି ବୋଲି କହିଛନ୍ତି । ତେଣୁ ଲିଜ ନେଇଥିବା ବ୍ୟକ୍ତିଙ୍କ ତୁରନ୍ତ ଲିଜ ବାତିଲ କରିବା ଦାବୀ ହୋଇଛି । ଚଳିତ ମାସ ୯ ତାରିଖରୁ ଧାରଣାରେ ବସି ରହିଛନ୍ତି । ଯେଉଁ ପ୍ରର୍ଯ୍ୟନ୍ତ ଦାବୀପୂରଣ ହେବନାହିଁ ଏହି ଧାରଣା ଜାରି ରହିବ ବୋଲି କହିଥିଲେ ।