ଚାରା ରୋପଣ କଲେ ବିଚାରପତି
ଦିଗପହଣ୍ଡି(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତାଲୁକା ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ପାଳନ ଅବସରରେ ବୁଧବାର ଦିନ ଦିଗପହଣ୍ଡି କୋର୍ଟର ଅତିରିକ୍ତ ଦେଓ୍ବାନି (କନିଷ୍ଠ ଶ୍ରେଣୀ) ବିଚାରପତି ନିଳିମା ଷଡ଼ଙ୍ଗୀ ଚାରା ରୋପଣ କରିଛନ୍ତି।ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ପ୍ରଧାନାଚାର୍ଯ୍ଯ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଚାରପତି ଷଡ଼ଙ୍ଗୀ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ପରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା।ଏଥିରେ ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ, ବନପାଳ ସନ୍ତୋଷ କୁମାର ବିଷୋୟୀରତ୍ନ, ଆଇନ ସେବା କମିଟିର ସମ୍ପାଦକ ପ୍ରଦୀପ କୁମାର ପୁରୋହିତ, ରିମାଣ୍ଡ ଲୟର୍ ସନ୍ତୋଷ କୁମାର ସାହୁ, ବିଚାର ବିଭାଗୀୟ କର୍ମଚାରୀ ଶିବରାମ ସାହୁ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ପପୁନ ମହାରଣା, ନିରଞ୍ଜନ ଶବର, ଶିଶୁମନ୍ଦିରର କର୍ମଚାରୀ ଓ ବିଦ୍ଯାର୍ଥୀଗଣ ସହଯୋଗ କରିଥିଲେ।