ପାଲା ଗାୟକଙ୍କ ପରଲୋକ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ଗ୍ରାମର ଗୁନାକର ଦଳାଇଙ୍କ ରବିବାର ସଂଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ମୃତ ବେଳକୁ ୮୩ ବର୍ଷ ବୟସ ହୋଇଥିଲା। ସେ ଜଣେ ପାଲା ଗାୟକ ଓ ନାଉଗାଁ ଗୌରହରି ସଂକୀର୍ତ୍ତନ ମହାମଣ୍ଡଳର ଉପଦେଷ୍ଟା, ଧର୍ମପରାୟଣ, ଆଧ୍ୟାତ୍ମିକବାଦୀ ବ୍ୟକ୍ତି ଥିଲେ। ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଛି। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ପାର୍ଥିବ ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇ କୋରୁଅ ଓ ଧୂଆଁପଦା ଗ୍ରାମ ପରିକ୍ରମା କରାଯାଇଥିଲା। ତାଙ୍କ ପାର୍ଥିବ ଶରୀରରେ ସରପଂଚ ସଂଧ୍ୟାରାଣୀ ବେହେରା, ପୂର୍ବତନ ସରପଂଚ ଅରଣ୍ୟ ନାୟକ, ଯୁବନେତା ଧରଣୀଧର ସ୍ବାଇଁ, କୈଳାଶ ଦଳାଇ, ଆଶନ୍ତ ବେହେରା, ମହାଦେବ ସାହୁ, ଅମୂଲ୍ୟ ସେନାପତି, ଜ୍ଞାନରଞ୍ଜନ ଜେନା, ନବ ମାଣ୍ଡୋଇଙ୍କ ସମେତ ବହୁ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ପରଲୋକରେ ତିହୁଡାସ୍ଥିତ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ, ପୂର୍ବତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ବ୍ଲକ କଂଗ୍ରେସ ସଭାପତି ବିଚିତ୍ରାନନ୍ଦ ଲେଙ୍କା, ପ୍ରହଲ୍ଲାଦ ବିଶ୍ବାଳ, ବିଜେପି ନେତା ଦୀପକ ବିଶ୍ବାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି, ସୁକାନ୍ତ ଲେଙ୍କାଙ୍କ ସମେତ ନାଉଗାଁ ଗୌରହରି ସଂକୀର୍ତ୍ତନ ମହାମଣ୍ଡଳର ସଦସ୍ୟମାନେ ଶୋକବ୍ୟକ୍ତ କରିଛନ୍ତି। ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଋଷିକେଶ ମୁଖାଗ୍ନୀ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ