ଶାସଙ୍ଗରେ ମଙ୍ଗଳା ପର୍ବ ଉଦଯାପିତ
ହାଟଡିହି (ଓ୍ବାଇଏନଏସ): ଶାସଙ୍ଗ ଗ୍ରାମରେ ଦୁଇଦିନ ଧରି ଚାଲିଥିବା ମା ମଙ୍ଗଳାଙ୍କ ପର୍ବ ଉଦଯାପିତ ହୋଇ ଯାଇଛି। ଦୈତାରୀ ସାହୁ, ପ୍ରଣାବଲ୍ଲବ ସାହୁ, ରତ୍ନାକର ସାହୁ, କାର୍ତିକେଶ୍ୱର ସାହୁ, ଚକ୍ରଧର ସାହୁ, ବାବନ ସାହୁ, ରବିନ୍ଦ୍ର ସାହୁ, ନାରାୟଣ ସାହୁ, ଶେଷଦେବ ସାହୁ ପ୍ରମୁଖଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାର୍ଷିକ ପୂଜା ଉତ୍ସବକୁ ଉତ୍ତମ ସାହୁ, କୃଷ୍ଣଚନ୍ଦ୍ର ସାହୁ, ତପନ ସାହୁ, ବଳରାମ ସାହୁ, ଭାଗିରଥି ସାହୁ, ଦୀପ୍ତି ରଞ୍ଜନ ସାହୁ, ଅଜୟ ସାହୁ, ବିଜୟ ସାହୁ, ଖଗେଶ୍ୱର ବାରିକ, ବୀରଭଦ୍ର ବିଶ୍ୱାଳ, ସୁଧୀର ବିଶ୍ୱାଳ, ଶରତ ନାୟକ, ଯୁଧିଷ୍ଠିର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ। ମଙ୍ଗଳବାର ରାତିରେ ଘଟ୍ଟୋତ୍ତଳନ କରାଯାଇ ଗ୍ରାମ ପରିକ୍ରମା କରିବା ପରେ ମା ମଙ୍ଗଳାଙ୍କ ମନ୍ଦିରରେ ସ୍ଥାପନ କରାଯିବା ପରେ ପୂଜକ ହରିହର ପଲେଇ ଓ ତାଙ୍କ ସାଥି ମାନଙ୍କ ଦ୍ୱାରା ପୂଜାର୍ଚନା କରାଯାଇ ଥିଲା। ଆଜି ଅପରାହ୍ନରେ ଭବ୍ୟ ଶୋଭାଯାତ୍ରା କରି ପୁର୍ବ କଳଶକୁ ବିସର୍ଜନ କରାଯାଇଥିଲା। ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।


