ପାରଳାଖେମୁଣ୍ଡି ବିଧାୟକଙ୍କ ଜନଶୁଣାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଘୋରଣୀ ପଞ୍ଚାୟତ ଠାରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଜନଶୁଣାଣି କାଯ୍ୟକ୍ରମରେ ଯୋଗ ଦେଇ ଗ୍ରାମରେ ଥିବା ସମସ୍ୟାଗୁଡ଼ିକୁ ଶୁଣିଛନ୍ତି। ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି। ଗ୍ରାମର କିଛି ଛାତ୍ରୀ ଏ ଖେଳପଡ଼ିଆ ଦାବି କରିଥିଲେ। ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଜଣାଇବା ପରେ ଯଥାଶୀଘ୍ର ପଡ଼ିଆଟିକୁ ସଫେଇ କରି ଅଳ୍ପ ଦିନରେ ଏହା ଖେଳପଡ଼ିଆ ଭାବେ ବ୍ୟବହାର କରିବାକୁ ଦିଆଯିବ ବୋଲି କହିଥିଲେ। ଅଭିଯୋଗ ଶୁଣାଣିରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲାରାଜୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ର, ସିଡିପିଓ ନମିତା ମହାରଣା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଏନ୍. ବିମଳ ପ୍ରମୁଖଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ