ବଞ୍ଚୋ ବାଲି ଘାଟରେ ଟ୍ରେଞ୍ଚ ଖୋଲିଲା ଖଣି ବିଭାଗ

ହାଟଡିହି(ଓ୍ବାଇଏନଏସ): ହାଟଡିହି ତହସିଲ ଅଧିନସ୍ଥ ବଞ୍ଚୋ ବାଲି ଘାଟରୁ ଦୈନିକ ୫୦ରୁ ଉର୍ଦ୍ଧ୍ଵ ଟ୍ରାକ୍ଟରରେ ବେଆଇନ ବାଲି ପରିବହନ ହେଉଥିବା ବେଳେ ଟ୍ରାକ୍ଟର ଯାତାୟାତ ବେଳେ ନାନା ସମସ୍ୟା ଉପୁଜୁଥିଲା। ଶିଙ୍ଗଡୋବ ଗ୍ରାମର ବାସିନ୍ଦା ମାନେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଥିଲେ। ଆନନ୍ଦପୁର ଠାରୁ ତରଭା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ନଦୀବନ୍ଧରେ କିଛି ମୁଷ୍ଟିମେୟ ଲୋକ ଓ କିଛି ଗାଡି ମାଲିକ ମାନେ ସଲାସୁତରା ହୋଇ ନଦୀବନ୍ଧ ରେ ରେମ୍ପ ନିର୍ମାଣ କରି  ବେନିୟମ ଭାବେ ବାଲି ଉତ୍ତୋଳନ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଏହାଦ୍ୱାରା ସିଙ୍ଗଡୋଭ ଗ୍ରାମବାସୀ ମାନେ ନାନା ଅସୁବିଧା ଭୋଗୁଥିବା ଅଭିଯୋଗରେ ଦର୍ଶାଇଥିଲେ।  ଅଭିଯୋଗ ପାଇବା ପରେ ଆଜି ଖଣି ବିଭାଗର ଅଧିକାରୀ ମାନେ ଆନନ୍ଦପୁର ପୁଲିସ ସହଯୋଗରେ ସିଙ୍ଗଡୋଭ ନିକଟରେ ମେସିନ ସାହାଯ୍ୟରେ ଟ୍ରେଞ୍ଚ ଖୋଳି ବାଲି ପରିବହନରେ ରୋକ ଲଗାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ