ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରିବିଜେ ସଂପନ୍ନ

ଆସିକା (ୱାଇଏନ୍‍ଏସ୍‍) ପବିତ୍ର ଘୋଷଯାତ୍ରା ସାରି ଶ୍ରୀଜୀଉମାନେ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢରପୁର ଗ୍ରାମ ପଞ୍ଚାୟତ ଚିନିଶିଳ୍ପ ନୁଆଗାଁରେ ସୋମବାର ଅପରାହ୍ନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ନୀତିକାନ୍ତି ଅନୁଯାୟୀ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ଚତୁର୍ଦ୍ଧାବିିଗ୍ରହଙ୍କ ନିଳାଦ୍ରୀବିଜେ ସଂପନ୍ନ ହୋଇଯାଇଛି । ମହାପ୍ରଭୁ ଶ୍ରୀ ସୁଦର୍ଶନ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନ ଉପରେ ସେବାୟତମାନେ ବିଜେ କରାଇଥିଲେ। ସୋମବାର ପ୍ରତ୍ୟୁଷରୁ ରଥଉପରେ ଠାକୁରମାନଙ୍କ ମଙ୍ଗଳଆରତୀ ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ଗୋପାଳବଲ୍ଲବ, ସକାଳ ଧୂପ ହୋଇ ମହାସ୍ନାନ, ସର୍ବାଙ୍ଗ ଓ ବେଶ କରାଯାଇଥିଲା । ନୀତିକାନ୍ତି ଅନୁଯାୟୀ ଠାକୁରମାନଙ୍କ ସିଂହାସନ ମାର୍ଜଣା ଓ ପୁଷ୍ପାଞ୍ଜଳି କରାଯିବାପରେ ଅପରାହ୍ଣରେ ପହଣ୍ଡିବିଜେ ଆରମ୍ଭ ହୋଇଥିଲା । ରଥ ନିକଟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ହୁଳହୁଳି ସାଙ୍ଗକୁ ଜୟଜଗନ୍ନାଥ ଧ୍ୱନୀରେ ସମଗ୍ର ପରିବେଶ ମୁଖରିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ଅବସରର କୋଟିକୈବଲ୍ୟନାଥ ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ଶେଷ ହୋଇଥିଲା ବେଳେ ରତ୍ନସିଂହାସନକୁ ବିଜେ କରି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତିି । ଦୀର୍ଘ ୧୨ ଦିନର ଲୀଳାଖେଳା ଶେଷ କରି ନୀଳକନ୍ଦରକୁ ସୋମବାର ଅପରାହ୍ନରେ ବିଜେ କରିଥିଲେ ନୀଳାଦ୍ରିନାଥ । ଶ୍ରଦ୍ଧାଳୁଭକ୍ତମାନେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ