ସର୍ବପୁରାତନ ଦୁର୍ଗା ପୂଜା: ଚାନ୍ଦି ଓ ସ୍ୱର୍ଣ୍ଣ ଅଳଙ୍କାରରେ ଝଲସୁଛନ୍ତି ମାଆ,

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତରେ ପ୍ରତିବର୍ଷ ପରି ଚଳିତ ବର୍ଷ ସର୍ବପୁରାତନ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଛି । ପ୍ରାରମ୍ଭରେ ସୁଶୀଲ କୁମାର ଦାଶ, ଲକ୍ଷ୍ମୀ ନାରାୟଣ ପାଣି ନିକଟସ୍ଥ ପୁଷ୍କରିଣୀରୁ କଳସ ଆଣିବା ପରେ ଘଟସ୍ଥାପନା ପୂର୍ବକ ସପ୍ତମୀ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ପୂଜକ ନିରଞ୍ଜନ ମିଶ୍ର, ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ଦେବତା, ଗଙ୍ଗାଧର ପାଣି ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେବାକାରୀ ଭାବେ ନିଶାକର ବାରିକ, ନାରାୟଣ ବେହେରା, ଉଦ୍ଧବ ମହାରଣା ଦାୟୀତ୍ୱ ତୁଲାଉଛନ୍ତି । ଚଳିତ ବର୍ଷ ପୂଜାରେ ମା’ଙ୍କୁ ଚାନ୍ଦିର ମୁକୁଟ ଓ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇଛି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପରେ କେଦାରନାଥ ମନ୍ଦିର ସଦୃଶ ତୋରଣ ନିର୍ମାଣ କରାଯିବା ସହ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍କୁ ବିଭିନ୍ନ ରଙ୍ଗୀବେରଙ୍ଗୀ ଆଲୋକମାଳାରେ ସଜ୍ମା ଯାଇଛି । ମା’ଙ୍କୁ ଦର୍ଶନ କରିବା ସହିତ ପୂଜା ବୁଲିବା ପାଇଁ ବନ୍ତ ସମେତ ଆଖପାଖ ପଞ୍ଚାୟତରୁ ଶହ ଶହ ଭକ୍ତ ଏଠାରେ ରୁଣ୍ଡିଭୂତ ହେଉଛନ୍ତି । ଦୈନିକ ହଜାରେରୁ ୧୫ ଶହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ପୂଜା ମଣ୍ଡପରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶାନ୍ତିଶୃଂଖଳା ରକ୍ଷା ପାଇଁ ପୋଲିସ କର୍ମଚାରୀ ମାନେ ମୁତୟନ ହୋଇଛନ୍ତି । ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭାପତି କୃପାସିନ୍ଧୁ ସେଠୀ, ସମ୍ପାଦକ ଜ୍ୟୋତି ରଞ୍ଜନ ନାୟକ, ଉପଦେଷ୍ଟା କମିଟିର ବିଜୟ କୁମାର ମଜୁମଦାର, କେଦାରନାଥ ମହାନ୍ତି, ଆଲୋକ ରଞ୍ଜନ ମୁଖାର୍ଜୀ, ଶିବ ନାରାୟଣ ପାଣି, ସଞ୍ଜୟ କୁମାର ନାୟକ, ପଞ୍ଚାନନ ନାୟକ, ଗଦାଧର ବେହେରା, ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ ଚଣ୍ଡ, ହିମାଂଶୁ ଭାଟ୍ଟରାୟଙ୍କ ସମେତ ଶାନ୍ତି ୟୁଥ୍ କ୍ଲବର ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ପ୍ରାୟ ୨ ଶହ ବର୍ଷ ପୂର୍ବେ ପ୍ରଥମେ ବଙ୍ଗୀୟ ମାନଙ୍କ ଦ୍ୱାରା ଏହି ପୂଜା ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ଏହି ପୂଜା ଅନୁଷ୍ଠିତ ହୋଇ ଆସୁଛି । ରବିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ