ଛେନାପଦି ଛକର ବ୍ୟବସାୟୀଙ୍କ ପରଲୋକ

ହାଟଡିହି(ଓ୍ବାଇଏନଏସ) :ଛେନାପଦି ଛକର ବରିଷ୍ଠ ବ୍ୟବସାୟୀ ଙ୍କ ପରଲୋକ ଏମ ଡ଼ି ହବିବଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସେ ଗତ ୩୦ ବର୍ଷ ତଳେ କରଞ୍ଜିଆ ରୁ ଆସି ଏଠାରେ ଟାୟାର ମରାମତି ଦୋକାନ କରି ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ଏମ ଡ଼ି ବାବୁ, ଏମ ଡ଼ି ନିହାଲ, ଏମ ଡ଼ି ପରଭେଜ, ଏମ ଡ଼ି ସଦାବ, ପୁତୁରା ଏମ ଡ଼ି ଆସିଫଙ୍କ ସମେତ ସମସ୍ତ ପରିବାର ଲୋକେ ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ ତାଙ୍କ ମରଶରୀରକୁ ବନ୍ତ ଠାରେ କବର ଦିଆ ଯାଇଛି। ତାଙ୍କ ପରଲୋକରେ ଛେନାପଦି ଛକର ସମସ୍ତ ବ୍ୟବସାୟୀ ମହଲରେ ଶୋକର ଛାୟା ଖେଳି ଯାଇଛି। ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ