ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଗେଡମା ଗ୍ରାମର ସ୍ବର୍ଗତ ହୃଷିକେଶ ମହାନ୍ତିଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ମହାନ୍ତିଙ୍କର ଗତ ୪ତାରିଖ ଦିନ ୯୫ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ବନ୍ଧୁ ବତ୍ସଳା ମହିଳା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ଶିକ୍ଷାବିତ୍ ତଥା ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ମଧ୍ୟମ ପୁତ୍ର ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ସାନପୁଅ ସୁନନ୍ଦ ମହାନ୍ତି, ପୁତୁରା ଉସାନନ୍ଦ ମହାନ୍ତିଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ସରପଞ୍ଚ ଶିଲାରାଣୀ କାଣ୍ଡି, ସମାଜସେବୀ ସୁରେନ୍ଦ୍ର କାଣ୍ଡି, ବରଦା ପ୍ରସନ୍ନ ନାୟକ, ପୁର୍ବତନ ସରପଞ୍ଚ ନରହରି ଚକ୍ର, ଦୀନବନ୍ଧୁ ବେହେରାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀର ରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ। ପରେ ମରଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସଂପନ୍ନ କରଯାଇଥିଲା। ପୁଅ ଆନନ୍ଦ ଚନ୍ଦ୍ର ମହାନ୍ତି ମୁଖାଗ୍ନୀ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ