ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ କୁମ୍ଭାରିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ରଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ବାସନ୍ତୀଲତା ମିଶ୍ର(୬୭)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି । ଗତ କିଛି ଦିନ ସେ ଫୁସଫୁସ ଜନିତ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ପରଲୋକ ଘଟିଛି । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ମଧ୍ୟମ ପୁତ୍ର ରାମ ନାରାୟଣ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ୪ ପୁତ୍ର, ୩ ପୁତ୍ର ବଧୁ, ଝିଅ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଠ ଭାଷୀ ଓ ପରୋପକାରୀ ମହିଳା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


