ଧର୍ମପରାୟଣା ମହିଳାଙ୍କ ପରଲୋକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା ମୁସଲିମବସ୍ତିର ସ୍ୱର୍ଗତ ମିର୍ଜାଇରଫାନ ବେଗ୍ଙ୍କ ପତ୍ନୀ ଗୋରୀ ବିବିଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣା ମହିଳା ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜନାଜା ପାଠ କରାଯିବା ପରେ ଚାଟରାଚକଡାସ୍ଥିତ କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି।


