ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଉଠାଇ ଆଣିଲା ପୋଲିସ୍

ହାଟଡିହି (ବିକାଶ ବିଶ୍ବାଳ)  : ଶାଳଣିଆଁ ବଜାରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଆଜି ଚରମ ସୀମାରେ ପହଁଚିଛି। ଯୁବକ ଜଣକ ଗତକାଲି ରାତିରୁ ମାରଣାସ୍ତ୍ର ଧରି ଗାଳି ଗୁଲଜ କରିବା ସହିତ ବିଭିନ୍ନ ଳୋକଙ୍କୁ ଧମକ ଚମକ ଦେଇ ଆସୁଥିଲା। ବଜାର କମିଟି ପକ୍ଷରୁ ଦିନ ବେଳା ବାଲି ବୋଝେଇ ଗାଡ଼ି ଚଳା ଚଳ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଉକ୍ତ ଯୁବକ ଜଣକ ଏହାକୁ ବିରୋଧ କରି ବାଲି ବୋଝେଇ ଗାଡି ଗୁଡିକୁ ପାର କରାଇଥିଲା। ଆଜି ସକାଳୁ ବାଇକ୍ ଧରି ଦ୍ରୁତ ଗତି ରେ ଘୁରାଇବା ସହ ବଜାର କମିଟି ଲୋକଙ୍କୁ ଗାଳି ଦେବାରୁ ଭୟଭୀତ ହୋଇ ଲୋକମାନେ ବଜାର ଛାଡି ପଳାଇ ଥିଲେ। ଉକ୍ତ ଯୁବକର କାର୍ଯ୍ୟକଳାପରେ ଅସହ୍ୟ ହୋଇ ବ୍ୟବସାୟୀ ମାନେ ଥାନାକୁ ଆସି ଜଣାଇବା ପରେ ନନ୍ଦିପଦା ପୋଲିସ ଶାଳଣିଆଁ ବଜାରକୁ ଯାଇ ଉକ୍ତ ଯୁବକ ଜଣକୁ ଉଠାଇ ଆଣିଛି। ଉକ୍ତ ଯୁବକ ନାମରେ ପୁର୍ବରୁ ଅନେକ ମାମଲା ମଧ୍ଯ ରହିଛି। ବଜାରରେ ବାରମ୍ବାର ଏପରି ବିଶୃଙ୍ଖଳା ଘଟାଉ ଥିବାରୁ ବଜାରରେ ଦୋକାନ କରିଥିବା ତିନିଶହରୁ ଊର୍ଦ୍ଧ୍ବ ଦୋକାନୀ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। ପୁଲିସ ଯଦି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଆସନ୍ତା କାଲି ଠାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ବଜାର କମିଟି ନିଷ୍ପତି ନେଇଥିବା କମିଟିର କର୍ମକର୍ତ୍ତା ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ