ଦଶ ବର୍ଷରୁ ଉର୍ଦ୍ଧ୍ବ ହେଲା ଅଚଳ ହୋଇ ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର
କେନ୍ଦୁଝର (ଓ୍ବାଇଏନଏସ): କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତ ଙ୍କୁ ବିଜୁଳି ସଂଯୋଗ କରିବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ କୌଣସି କାରଣ ବଃସତ ପୋଡି ଯାଉଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡ଼ିକୁ ଠିକଣା ସମୟରେ ମରାମତି କରିବା ଦିଗରେ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ବ ଦେଉନଥିବା ପରି ଗୁରୁତର ଅଭିଯୋଗ ହେଉଛି। ଝୁମ୍ପୁରା ବ୍ଲକର ଅସନପାଟ ଠାରୁ ସରକାରୀ ସେବାଶ୍ରମ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟ ରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ମଧ୍ୟରେ ୨୯୯ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ବିଦ୍ୟାଳୟ ରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ପାଇଁ ହଷ୍ଟେଲ ର ସୁବିଧା ରହିଛି। ଏହି ହଷ୍ଟେଲ ରେ ୨୪୦ ଛାତ୍ର ଛାତ୍ରୀ ରହି ଶିକ୍ଷା ଗ୍ରହଣ କରୁଛନ୍ତି। ବିଦ୍ୟାଳୟ ରେଞ୍ଜ ରହୁଥିବା ଛାତ୍ରଛାତ୍ରୀ ମାନେ ସଦା ସର୍ବଦା ବିଜୁଳି ଆଲୁଅ ଉପରେ ନିର୍ଭର କରିବା ସହିତ , ବିଦ୍ୟୁତ ଦ୍ଵାରା ପାଣି ମଟର ଚାଲିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ନିର୍ଭର କରି ଥାଏ। ଏହି ବିଦ୍ୟାଳୟ ରେ ଏତେ ପିଲା ରହୁଥିବାରୁ ବିଭାଗ ତରଫରୁ ବିଦ୍ୟାଳୟ ରେ ଲୋ ଭଲଟେଜ ସମସ୍ୟା କୁ ଦୂର କରିବା ପାଇଁ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିଛି କିନ୍ତୁ ଏହି ଟ୍ରାନ୍ସଫର୍ମର ଟି ଆଜକୁ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇ ପଡିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏହାକୁ ମରାମତି କରିବା ଦିଗରେ ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ଅଚଳ ଟ୍ରାନ୍ସଫର୍ମର କୁ ମରାମତି କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ବିଦ୍ୟୁତ୍ ବିଭାଗ ଠାରୁ ଆରମ୍ଭ କରି, ଚମ୍ପୁଆ ଉପଜିଲ୍ଲାପାଳ, ଚମ୍ପୁଆ ଆଦିବାସୀ ଉନ୍ନୟନ ପରିଷଦ ପ୍ରକଳ୍ପ ଅଧିକାରୀ ଏବଂ ଜିଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଚଳ ଟ୍ରାନ୍ସଫର୍ମର କୁ ମରାମତି ହୋଇ ପାରିଲା ନାହିଁ। ବର୍ତ୍ତମାନ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟାଳୟ କୁ ଗ୍ରାମକୁ ସଂଯୋଗ ହୋଇଥିବା ଲାଇନ କୁ ସଂଯୋଗ କରାଯାଇଛି ସତ ହେଲେନ ଅଧିକାଂଶ ଦିନ ଲୋ ଭଲଟେଜ ରହିବା ଯୋଗୁଁ ପାଣି ମଟର ଗୁଡ଼ିକ ଚାଲି ପାରୁ ନଥିବାରୁ ଅନେକ ସମୟରେ ପିଲା ମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ତା ସହିତ କୌଣସି କାରଣ ନଥାଇ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ପିଲା ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ମାସର ଅଧିକାଂଶ ଦିନ ଲୋ ଭଲଟେଜ ସମସ୍ୟା ଦେଖାଦେଇଛି। ସରକାର ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାଦାନ କୁ ଅଗ୍ରଗତି କରିବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ହଷ୍ଟେଲରେ ରହୁଥିବା ଛାତ ଛାତ୍ରୀ ମାନଙ୍କୁ ପାଇଁ ସ୍ବତନ୍ତ୍ର ବିଜୁଳି ବ୍ୟବସ୍ଥା ହେଉ ନଥିବାରୁ ଅନେକ ସମୟରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ବିଜୁଳି ଆଲୁଅ ନପାଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ବିଦ୍ୟାଳୟ ପରିସର ମଧ୍ୟରେ ଅଚଳ ହୋଇ ଦୀର୍ଘ ବର୍ଷ ହେଲା ପଡି ରହିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର କୁ ମରାମତି କରିବା ଦିଗରେ ଜିଲାପାଳ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି।


