ରକ୍ଷା ବନ୍ଧନ ହେଉଛି ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କର ନିଦର୍ଶନ
ଆରଡି, (ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଧୂଷୁରୀ ଠାରେ ଥିବା ହୃଦାନନ୍ଦ ପାଠାଗାରରେ କ୍ରାନ୍ତି ଦିବସ ଉପଲକ୍ଷେ ଅନୁକମ୍ପା ମହିଳା ସଙ୍ଗଠନ ପକ୍ଷରୁ ରକ୍ଷା ବନ୍ଧନ ଓ ଚାରାବଣ୍ଟନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବରିଷ୍ଠ ବିଜେପି ଜିଲ୍ଲା ଉପ ସଭାପତି ଚତୁର୍ଭୁଜ ନାୟକ ମୁଖ୍ୟ ଅତିଥି, ଧୂଷୁରୀ ଥାନା ଏ ଏସ ଆଇ ଆଶିଷ କୁମାର ଦେଓ, ନଦୀଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ, କୋଷାଧ୍ଯକ୍ଷ ରତିକାନ୍ତ ନାୟକ, ଉପସଭାପତି ସିଦ୍ଧାର୍ଥ ଶଙ୍କର ମିଶ୍ର, ସହ ସମ୍ପାଦକ ଲକ୍ଷ୍ମୀ ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରକ୍ଷା ବନ୍ଧନ ଯୁଗେଯୁଗେ ଭାଇ ଭଉଣୀଙ୍କ ଅତୁଟ ବନ୍ଧନର ଗାଥା ଗାଇ ଥାଏ ଓ ଏହି ପରମ୍ପରାକୁ ବଜାୟ ରଖିବାକୁ ଆହ୍ବାନ ଜଣାଇ ଥିଲେ । ମହିଳା ସଙ୍ଗଠନର ସଭାନେତ୍ରୀ କବିତା ସାହୁ, ଉପ ସଭାନେତ୍ରୀ ନମିତା ପଣ୍ଡା, ସହ ସମ୍ପାଦିକା ବିମଳା ନାଥ, ଯୁଗ୍ମ ସହ ସମ୍ପାଦିକା ଗୀତାଞ୍ଜଳି ମଲ୍ଲିକ, ପ୍ରମିଳା ସେଠୀ, କାମିନୀ ବେହେରା, ମନୋରମା ନାୟକ, ଆରତି ପାଣିଗ୍ରାହୀ ପ୍ରମୁଖ ଅତିଥି ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କର ଶୁଭ ମନାସି ଥିଲେ । ପରେପରେ ଧୂଷୁରୀରେ ଥିବା ୨୦୦ ରୁ ଅଧିକ ବ୍ୟବସାୟୀ ଓ ଯୁବକ, ଯୁବତୀ, ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରିଥିଲେ । ସଙ୍ଗଠନର ଏଭଳି ନିଆରା ସାମାଜିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।