ପୂର୍ତ୍ତ ବିଭାଗ ରାସ୍ତାକୁ ଭାଙ୍ଗି ନଷ୍ଟ କରୁଛି ମେଘା ପ୍ରକଳ୍ପ ପାଇପ ବିଛା କାର୍ଯ୍ୟ
କଲ୍ୟାଣସିଂହପୁର ୨୯/୭(ଏଙ୍କେଟେଶ୍ୱର ପାଢ଼ୀ):ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗତ ତିନି ବର୍ଷ ଧରି ମନ୍ଥର ଗତିରେ ଚାଲୁଥିବା ମେଘା ପାନୀୟଜଳ ପ୍ରକଳ୍ପ ସ୍ଥାୟୀତ୍ୱ କୁ ନେଇ ଚିନ୍ତାରେ ଅଞ୍ଚଳ ବାସି। ସୁଧ ପାଣି ବୁନ୍ଦାକ ପାଇଁ ଡହଳ ବିକଳ ହୋଇ ଚାହିଁ ବସିଥିବା ବେଳେ କାର୍ଯ୍ୟକୁ ଦେଖି ଚିନ୍ତାରେ ପଡି ଯାଇଛନ୍ତି ଅଞ୍ଚଳ ବାସୀ। ଏହି ମେଘା ପ୍ରକଳ୍ପ ଗତ ୨୩ ମସିହାରୁ ଆରମ୍ଭ ହୋଇ ଥିଲେ ମଧ୍ୟ ଆଜିଯାଏ ଖାଲି ପାଇପ ବିଚାଇବା ରେ ମାତ୍ର ୩୦ ପ୍ରତିଶତ ଶେଷ ହୋଇନଥିବା ଦେଖିବାକୁ ମିଳିଛି। ଶେଷ ହେବାର ନାନେଉନଥିବା ବେଳେ ବିଭନ୍ନ ସ୍ଥାନରେ ପୂର୍ତ୍ତ ଓ ଆରଡ଼ି ନିର୍ମାଣ ରାସ୍ତାକୁ ଭାଙ୍ଗି ନଷ୍ଟ କରୁଥିବା ଦେଖିବା କୁ ମିଳିଛି। ଗ୍ରାମରେ ନିର୍ମାଣ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ସିସି ରାସ୍ତା ପୂର୍ତ୍ତ ବିଭାଗ ର ସ୍ଥାୟୀ ରାସ୍ତା କୁ ଭାଙ୍ଗି ନଷ୍ଟ କରୁଥିଲେ ମଧ୍ୟ ଉଭୟ ବିଭାଗୀର ଅଧିକାରୀମାନେ ଚୁପଚାପ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତାକଡ଼ର ଏକ ମିଟର ତଳେ ପାଇପ ବିଚାଇବାର ନିୟମ ଠିଥିଲେ ମଧ୍ୟ ମାତ୍ର ଦୁଇ ଫୁଟ ତଳେ ବିଛା ଯାଉ ଥିବାରୁ ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବା ଜଣା ପଢ଼ିଛି। ଏଠି ପାନୀୟ ଜଳ ବିଭାଗ ମଧ୍ୟ ଚୁପ ବସୁଥିବାରୁ ଏହାତ ସ୍ଥାୟୀତ୍ୱ କୁ ନେଇ ଚିନ୍ତାରେ ବ୍ଲକ ବାସି। ବର୍ଷା ପାଣିରେ ଉକ୍ତ ମାଟି ଧୋଇହୋଇ ଖାଲସୃଷ୍ଟି ହେଉଥିବାରୁ ଭାରି ଯାନ ରାସ୍ତା ଦେବା ବେଳେ ଅଘଟଣ ଘଟିଲେ ଦାୟୀ କିଏ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି। ଏହି ବ୍ଲକର ପ୍ରତି ପଞ୍ଚାୟତରେ ଦୁଇଟି ଓ ତିନିଟି ଲେଖାଏଁ ପାଣି ଟାଙ୍କି ନିର୍ମାଣ କରିଛି ଠିକା ସଂସ୍ଥା ଉକ୍ତ ଟାଙ୍କି ମଧ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏହି ମେଘା ପ୍ରକଳ୍ପର କୌଣସି କାର୍ଯ୍ୟରେ ଯନ୍ତ୍ରୀ ତଦାରଖ କରୁନଥିବାରୁ ଦୁର୍ଭାଗ୍ୟ ଜନକ। ଯନ୍ତ୍ରୀଙ୍କ ସମ୍ପର୍କୀୟ ଓ ଠିକାଦାର ଉଭୟଙ୍କ ମିଳାମିଶାରେ ଠିକା କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।