ଖରାପ ରାସ୍ତା ଛାଡି ଭଲ ରାସ୍ତାକୁ ମରାମତି କରୁଛି ପୂର୍ତ୍ତ ବିଭାଗ
ହାଟଡିହି (ଓ୍ବାଇଏନଏସ): ବର୍ତମାନ ମାର୍ଚ୍ଚ ମାସ ଚାଲିଥିବାରୁ ବିଭିନ୍ନ ବିଭାଗ ପକ୍ଷରୁ ନିର୍ମାଣ ଓ ମରାମତି କାର୍ଯ୍ୟ ଗୁଡିକ ଯୁଦ୍ଧ କାଳୀନ ଭିତିରେ ଚାଲିଛି। ବିଶେଷ କରି ପୂର୍ତ୍ତ ବିଭାଗ ଅଧୀନରେ ପାଞ୍ଚ ଲକ୍ଷ ଟଙ୍କିଆ ଶହ ଶହ ଚିଠାକାମ ଚାଲିଛି। ଯେଉଁଥିରେ ବ୍ୟାପକ ଅନିୟ ମିତତା ହେଉଥିବା ଅଭିଯୋଗ ହେଉଛି। ବିଶେଷତଃ ଏହି ଚିଠା କାମରେ ଖରାପ ରାସ୍ତା ଛାଡି ଭଲ ରାସ୍ତାକୁ ମରାମତି କରୁଛି ପୂର୍ତ୍ତ ବିଭାଗ। ଆନନ୍ଦପୁର ଭଦ୍ରକ ରାସ୍ତାରେ ଅନେକ ସ୍ଥାନରେ ରାସ୍ତା ଦବି ଯାଇଥିବା ବେଳେ କେତେକ ସ୍ଥାନରେ ରାସ୍ତାରେ ବିରାଟ ବିରାଟ ଫାଟୁ ମଧ୍ୟ ହୋଇଛି। କିନ୍ତୁ ବିଭାଗ ପକ୍ଷରୁ ଫାଟ ରାସ୍ତା କିମ୍ବା ଖାଲ ରାସ୍ତାକୁ ମରାମତି କରା ନଯାଇ ଭଲ ରାସ୍ତାରେ ପଟଲ ପକାଯାଇ କାମ କରା ଯାଉଛି। ବିଶେଷକରି ଠିକାଦାରଙ୍କୁ ସୁହାଇବା ଭଳି ଭଲ ଦିପାଇସା ଲାଭ ପାଇଁ ଏପରି କାମ କରାଯାଉଛି। ବିଭିନ୍ନ ଦଳର କର୍ମୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଅନୁଦାନ ଯୋଗାଇ ଦିଆ ଯାଉଥିବା ଆଲୋଚନା ହେଉଛି। ଏ ସମ୍ପର୍କ ରେ ବିଭାଗୀୟ ଯନ୍ତ୍ରୀ କାଳୀ ସିଂ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଖରାପ ରାସ୍ତାକୁ ମରାମତି ପାଇଁ କୁହାଯାଇଛି ବୋଲି ସଫେଇ ଦେଇଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


