ଶୋଚନୀୟ ହେଲାଣି ପିଡବ୍ଲ୍ୟୁଡି ରାସ୍ତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ମୁଖ୍ୟାଳୟ ଠାରୁ ଆରମ୍ଭ କରି ଶ୍ରୀରାମପୁର ପର୍ଯ୍ୟନ୍ତ ପିଡବ୍ଲ୍ୟୁଡି ରାସ୍ତା ଶୋଚନୀୟ ହୋଇ ପଡିଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ମୁଖ୍ୟାଳୟ ଠାରୁ ଆରମ୍ଭ କରି ଉଖୁଣ୍ଡା ପର୍ଯ୍ୟନ୍ତ ଏହି ରାସ୍ତା ଯାଇଛି କିନ୍ତୁ ରାସ୍ତା ରେ ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରୁ। ଝୁମ୍ପୁରା ମୁଖ୍ୟାଳୟ ଠାରୁ ଆରମ୍ଭ କରି କାନପୁର କେନାଲ ର ଶ୍ରୀରାମପୁର ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ବରୁ ଜବର ଦଖଲ ଉଛେଦ କରିବା ସହିତ ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ କରିଛି ପିଡବ୍ଲ୍ୟୁଡି ବିଭାଗ। ଏହି ରାସ୍ତା ଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗ୍ରାମକୁ ସିଧା ସଳଖ ସଂଯୋଗ ହୋଇଥିବାରୁ ରାସ୍ତା ର ଗୁରୁତ୍ଵ ରହିଛି। ଅନେକ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରାମକୁ ନାମି ଦାମି ଜନସାଧାରଣ ଯାତାୟତ କରୁଛନ୍ତି। ବର୍ତ୍ତମାନ ଏହି ରାସ୍ତା ର ପ୍ରଶସ୍ତି କରଣ କାମ ଚାଲୁ ରହିଛି ସତ କିନ୍ତୁ ରାସ୍ତା କୁ କାମ କରୁଥିବା ଠିକାଦାର ରାସ୍ତା ର ସ୍ଥାୟୀତ୍ବ ପ୍ରତି ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳିଛି। ରାସ୍ତା କାମ ଠିକ ଭାବରେ ହେଉନଥିବାରୁ ରାସ୍ତା ନିମାଣ କାମ ଶେଷ ହୋଇ ନାହିଁ କିନ୍ତୁ ରାସ୍ତା ର ଅନେକ ସ୍ଥାନ ଦବି ଯିବା ସହିତ ପିଚୁ ଉଠି ଯାଉଛି। ରାସ୍ତା କିଛି ସ୍ଥାନରେ ପିଚୁ ମେଣ୍ଟାଲ ଗୁଡ଼ିକ ଉଠି ଯାଇଥିବା ଦେଖିବାକୁ ମିଳିଛି। ରାସ୍ତା କାମ ତଦାରଖ କରିବା ପାଇଁ ରହିଥିବା ଅଧିକାରୀ ମାନେ ରାସ୍ତା ର ସ୍ଥାୟୀତ୍ବ ପ୍ରତି ଗୁରୁତ୍ବ ଦେଇ କାର୍ଯ୍ୟ କରୁ ନଥିବାରୁ ରାସ୍ତା ର ଠାଏ ଠାଏ ଭୁଷୁଡି ପଡୁଥିବା ଦେଖିବାକୁ ମିଳୁଛି। ରାସ୍ତା କାମ କରୁଥିବା ଠିକାଦାର ଏବଂ ଦାୟିତ୍ଵ ରେ ରହିଥିବା ଅଧିକାରୀ ମାନେ ଦୀର୍ଘ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଦିଗରେ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫ ରୁ ଦାବି ହେଉଛି।


