ରାଣୀଙ୍କୁ ଚାରିଆଡୁ ମିଳୁଛି ଶୁଭେଚ୍ଛା ଓ ସହାୟତା
ହାଟଡିହି (ଓ୍ବାଇଏନଏସ): ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସେ ଦିନର ଦିନ ମଜୁରିଆ ଛାତ୍ରୀ ରାଣୀ ହେମ୍ରମଙ୍କୁ ଚାରି ଆଡୁ ଛୁଟୁଛି ଶୁଭେଛାର ସୁଅ। ଆସନ୍ତା ୫ ତାରିଖ ଦିନ ସେ ଫୁଲବାଣୀ ମେଡିକାଲ କଲେଜରେ ନାମ ଲେଖାଇବାର ଅଛି। ରାଣୀ ଭଳି ଜଣେ ଆଦିବାସୀ ଛାତ୍ରୀ ସଂଘର୍ଷ କରି ପଢିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରକୁ ଦୌଡ଼ି ଆସୁଛନ୍ତି। । ଆଜି ସ୍ୱାମପାଟଣା ର ସରକାରୀ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ବିଦ୍ୟାଧର ମହାନ୍ତ, ବେଗୁନାଖମଣ ସ୍କୁଲର ପ୍ରଧାନ ଶିକ୍ଷକ ଜଗନ୍ନାଥ ମହାନ୍ତ, ସରକାରୀ ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପାର୍ଥ ସାରଥୀ ବେଜ, ଅବସର ପ୍ରାପ୍ତ ସେନା ଅଧିକାରୀ ହେମନ୍ତ ମହାନ୍ତ, ଶିକ୍ଷକ ବିକାଶ ଚନ୍ଦ୍ର ମହାନ୍ତ, ପ୍ରମୁଖ ରାଣୀଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଡାକ୍ତରୀ ପଢିବା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।


