ପଞ୍ଚାୟତରାଜ ଓ ଅବକାରୀ ବିଭଗର ସ୍ୱମନୟରେ କ୍ଷତି ସହୁଛନ୍ତି ମହୁଲ ଗୋଟାଳି

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାରେ ମହୁଲ ଗୋଟାଇ ଜୀବନ ପୋଷୁଥିବା ପରିବାର ବର୍ତମାନ ଅଭାବି ବିକ୍ରୀର ଶିକାର ହୋଇ ନିଜ ପରିଶ୍ରମର ମୂଲ୍ୟ ପାଉନାହାନ୍ତି। ବଣ ଜଙ୍ଗଲ ଘେରା ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ମହୁଲ ଗୋଟାଳିକୁ ତାଙ୍କର ପରିଶ୍ରମ ମୁଲ ପାଉ ନାହାନ୍ତି। ପଞ୍ଚାୟତ ରାଜ ଓ ଅବକାରୀ ବିଭାଗର ସ୍ୱମନୟରେ ମଧୁଚନ୍ଦ୍ରିକା ଯୋଗୁ କ୍ଷତି ସହିବାକୁ ପଡୁଥିବାରୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ବେପାରୀ ଓ ମହୁଲ ଦଲାଲ ମାନଂକୁ। ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ପ୍ରତି ପଞ୍ଚୟତକୁ ଅଧିକାର ପ୍ରଦାନ କରିଛନ୍ତି ଲଘୁ ଓ ଜଙ୍ଗଲଜାତ ଦ୍ରବ୍ୟକୁ ଏମ.ଏସ.ପି ମାଧ୍ୟମରେ ପଞ୍ଚଯାୟତ ସ୍ତରରେ ବିକ୍ରିକାରୀ କୌଣସି ଭେଣ୍ଡର ମାଧ୍ୟମରେ ସରକାରଙ୍କୁ ବିକ୍ରି କରିବା। କିନ୍ତୁ ମହୁଲ କଥା କହିଲେ ପଞ୍ଚୟତ ରାଜ ଏମ ଏସ ପି ମୂଲ୍ୟ ଧର୍ଯ୍ୟ କରି ଓ ଅବକାରୀ ବିଭାଗ ମଧ୍ୟରେ ଦେଶୀ ମଦଭାଟିକୁ ବିକ୍ରି କରିବାର ନିୟମ ଥିଲେ ମଧ୍ୟ ମୂଲ୍ୟ ଧର୍ଯ୍ୟ ନକରି ଅବକାରୀ ବିଭାଗ ଜାଣତରେ କଳାବଜାରୀଙ୍କୁ ହାତ ବାରିସୀ କରି ହାତଟେକି ଦେଈ କୁଆଡେ ମୋଟା ଟଙ୍କା ଆଦାୟ କରି ବିଭନ୍ନ ବିହାରୀ ଭାଟି ମାନଙ୍କୁ ଚୋରାରେ କିଣିବା ପାଇଁ ସୁଯୋଗ ପ୍ରଦାନ କୁରୁ ଥିବାରୁ ଜନଜାତି, ପାହାଡିଆ ଅଞ୍ଚଳର ମହିଳା ଓ ପୁରୁଷ ମାନେ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସରକାର ଓଡ଼ିଆ ଅସ୍ମିତା କଥା କହି ଶାସନ ଗାଦିକୁ ଆସି ଓଡ଼ିଶାର ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟକୁ ବିହାରୀ ହାଟରେ ଟେକିଦେବା କେତେ ଯୁକ୍ତି ସଂଗତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।ସରକାର ଅଙ୍ଗନବାଡି, ସ୍ୱାସ୍ଥ୍ୟ ବିଭାଗ, ଏସ ଏଚ ଜି ମହିଳାଙ୍କୁ ଆଶା କର୍ମୀଙ୍କ ମାଧ୍ୟମରେ ଆୟଡିନ ଯୁକ୍ତ ଲୁଣ ଖାଇବା ପାଇଁ ସଚେତନା କରୁଛନ୍ତି। କିନ୍ତୁ ଦଲାଲ ଓ ବେପାରୀମାନେ ଟଙ୍କା ବଦଳରେ ଅପମିଶ୍ରିତ ଲୁଣ ପ୍ରଦାନ କରି ବଦଳାଇ ଦେଉଛନ୍ତି ମହୁଲ । ଗତ ଦୁଇ ଦଶନ୍ଦି ପୂର୍ବେ ଟିଡ଼ିସିସି ମହୁଲ, ଟୋଲ, ଫୁଲ ଝାଡୁ, ତେନ୍ତୁଳି କ୍ରୟ କରୁଥିଲା। କିନ୍ତୁ ବର୍ତମାନ ଆଉ ସେସବୁ କ୍ରୟ ହୋଇନପାରି ଗୋଟାଳି ଓ ତୋଳାଳୀ ମାନେ ବେପାରୀ ହାତକୁ ଟେକି ଦେଉଛନ୍ତି।ମହୁଲ ତୋଳାଳିମାନେ ରାତ୍ର ଦୁଇ ପ୍ରହରରୁ ଶୀତ କାକର ଓ ବନ୍ୟଜନ୍ତୁଙ୍କୁ ଖାତିର ନକରି ନିଜ ଜୀବନକୁ ମୁଲ ଲଗାଇ ମହୁଲ ଗୋଟାଉ ଥିଲେ ମଧ୍ୟ ମୁଲ ନପାଇବା ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ କରିଛନ୍ତି।ରାୟଗଡା ଜିଲ୍ଲାର ଜନଜାତିଙ୍କୁ ଆର୍ଥିକ ଓ ସାମାଜିକ ବିକାଶ କରି ମୁଖ୍ୟ ଶ୍ରତରେ ସାମିଲ କରିବା ପାଇଁ ଓପିଲିପି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚକରି ପ୍ରକଳ୍ପରେ ବନ ଧନ ଯୋଜନା କରିଥିଲେ। କିନ୍ତୁ କର୍ମଚାରୀଙ୍କ ଅଣଦେଖା ଯୋଗୁ ଉକ୍ତ ଯୋଜନାରେ ଲାଭ ପାଇ ପାରିଲେ ନାହିଁ ପ୍ରକଳ୍ପ ଅଞ୍ଚଳ ବାସି। କେବଳ ନିୟମଗିରି ଅଞ୍ଚଳରେ ୪୦ ବର୍ଷ ଧରି ଡିକେଡିଏ ପାର୍ଶାଲି ଓ ଚାଟିକଣାରେ ଏହି ଯୋଜନାରେ ସମ୍ପୂଣ ଭାବେ ଫେଲ ମାରିଥିବାରୁ ଜଙ୍ଗଲ ଜାତ ଦ୍ରବ୍ୟ ବେପାରୀ, ଦଲାଲ ଓ ହାଟରେ ସାଗମାଛ ଦରରେ ବିକ୍ରି କରୁଛନ୍ତି ଅଞ୍ଚଳର ଜନଜାତି ଡଙ୍ଗରିଆ ମାନେ ।୨୦୧୪ ମସିହାରେ ତତ୍କାଳୀନ ଜିଲାପାଳ ଜଗନ୍ନାଥ ମହାନ୍ତି ଡଙ୍ଗରିଆ ହାଟ ବଜାର ଖୋଲିଥିଲେ। କିନ୍ତୁ କୋଟିଏ ଟଙ୍କାର ସେହି ହାଟ ବଜାରର ବର୍ତମାନ ଜରାଜୀର୍ଣ ଅବସ୍ଥାରେ ପଡିଛି।ଉକ୍ତ ହାଟକୁ ମରାମତି କରି ନିୟମଗିରି ପାହାଡ଼ରେ ଉତ୍ପାଦିତ ହେଉଥିବା ଜଙ୍ଗଲ ଜାତ ଦ୍ରବ୍ୟକୁ ପ୍ରଶାସନ ପକ୍ଷରୁ ବିକ୍ରୀବଟା କଲେ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଆତ୍ମ ନିର୍ଭରଶିଳ ହୋଇ ପାରିବେ ବୋଲି ଅଞ୍ଚଳରେ ଡ଼ଙ୍ଗରିଆ ମାନେ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ