ଭାତପରିସି ଠାରୁ ନାରାୟଣପୁର ରାସ୍ତା ଅବସ୍ଥା ଶୋଚନୀୟ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) : ବିକଶିତ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନାରାୟଣ purଭାତପରିସି ଠାରୁ ନାରାୟଣ ପୁର ପାଞ୍ଚସର ସଦର ଠାରୁ ଭାତ ପରିସୀ ଛକକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତା ପଞ୍ଚାୟତ କୁ ଯାତାୟାତ କରିବାପାଇଁ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ବର୍ଷା ଲାଗିରହିଥିବା ଯୋଗୁଁ ରାସ୍ତା ମଝିରେ ଖାଲଖମା ହୋଇ ପାଣି ଭରି ହୋଇଥିବାରୁ ଲୋକେ ଯିବା ଆସିବା ପାଇଁ ଭୟ କରୁଛନ୍ତି। ନାରାୟଣ ପୁର ଗ୍ରାମ ପଞ୍ଚାୟତ ଓ ଭାତପରିସୀ ଗାଁ ଠାରୁ ମାତ୍ର ୧ କିଲମିଟର ରାସ୍ତା।ଏହି ରାସ୍ତା ମରାମତି କରିବା ପାଇଁ ଉଭୟ ଗ୍ରାମ ବାସୀ ବାରମ୍ବାର ଦାବି କରିଛନ୍ତି ବର୍ଷା ଦିନ ଆସିବାରୁ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିବାରୁ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡୁଛି। ପୂର୍ତ୍ତ ବିଭାଗ ରାସ୍ତା ଠାରୁ ମାତ୍ର ଏକ କିଲ ମିଟର ଦୂରରେ ଏହି ନାରାୟଣପୁର ଗାଁ ରହିଛି। ଅଳ୍ପ ବର୍ଷା ହେଲେ ମାଟି ରାସ୍ତା ହୋଇଥିବାରୁ କାଦୁଅ ହୋଇ ରାସ୍ତା ଶୋଚନୀୟ ହୋଇଯାଉଛି ଯାହା ଫଳରେ ପଞ୍ଚାୟତ କୁ ଯିବାକୁ ହେଲେ ଭାତପରିସୀ ଠାରୁ ଏକ କିଲମିଟର ପରିବର୍ତ୍ତେ ସୀତାପୁର ଦେଇ ୬ କିଲମିଟର ଯିବାକୁ ପଡୁଛି। ରୋଗୀ ଗର୍ଭବତୀ ମହିଳା ଛାତ୍ର ଛାତ୍ରୀ ଯିବା ଆସିବା କରିବା ସମସ୍ୟା ସୃଷ୍ଟି ହୋଇଛି।ଏମିତିକି ପଞ୍ଚାୟତ ଯିବାକୁ ବହୁ ଅସୁବିଧା ରେ ସମ୍ମୁଖିନ ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି। ଏହି ରାସ୍ତା କୁ ସ୍ଥାୟୀ ପକା ରାସ୍ତା ପାଇଁ ଉଭୟ ଗ୍ରାମ ବାସୀ ଙ୍କ ଦାବି ହେଉଛି। ଏହି ରାସ୍ତା ସ୍ଥାୟୀ ନ ହେଲେ ଆଗାମୀ ଦିନରର ଆନ୍ଦୋଳନ କରିବେ ବୋଲି ନାରାୟଣ ଓ ଭାତପରିସୀ ପ୍ରକାଶ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭତରେ ମରାମତି କରିବା ପାଇଁ ଦାବି କରିଛନ୍ତି।