ବରାଙ୍ଗ ଠାରୁ ହାବଳେଶ୍ଵର ରାସ୍ତା ବିପର୍ଯ୍ୟସ୍ତ

ହାଟଡିହି (ଓ୍ବାଇଏନଏସ): ବରାଙ୍ଗ ଠାରୁ ହାବଳେଶ୍ଵର ରାସ୍ତା ବିପର୍ଯ୍ୟସ୍ତ ହେଇ ପଡିଛି। ଏହି ରାସ୍ତାର ଅନେକ ସ୍ଥାନରେ ଦୁଇ ଫୁଟ ଗହୀରର ଖାଲଖମା ସୃଷ୍ଟି ହୋଇଛି l ଏପରି ଅବସ୍ଥା ସୃଷ୍ଟି ହେଲାଣି ଗୋଟିଏ ଚାରିଚକିଆ ଗାଡି ଯିବା ଆସିବା କଷ୍ଟକର ହେଲାଣି l ପୂର୍ତ୍ତ ବିଭାଗର ନଜର ଏହି ଖାଲ ଉପରେ ଜମାରୁ ପଡୁନି l ବରାଙ୍ଗ ହାବେଳେଶ୍ୱର ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିଲାବେଳେ ଏହି ରାସ୍ତା ଉପରେ ସମଣା, ହାବଳେଶ୍ୱର, ସଡଙ୍ଗ ପ୍ରଭୃତି ତିନୋଟି  ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି । ଏହି ରାସ୍ତା ଦେଇ ଦିନକୁ ଶହଶହ ଗାଡି ଯାତାୟତ କରୁଛି ।  ପାଣିଭର୍ତି   ଖାଲରେ ଲଷ୍ମୀ ବସ, ଆମ୍ବୁଲାନ୍ସ, ସ୍କୁଲବସ ଯାଇ ନପାରି ରୋଗୀ କିମ୍ୱା ଛାତ୍ରଛାତ୍ରୀଙ୍କୁ  ଓଲ୍ହାଇ ଖାଲ ପାରି କରୁଛନ୍ତି l  ଏହି ରାସ୍ତା ଉପରେ   ତିନୋଟି ହାଇସ୍କୁଲର ପାଖାପାଖି ତିନିଶହ ପିଲା ପ୍ରତିଦିନ ଯାତାୟାତ କରି  ରାସ୍ତାରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି l ଏହି ରାସ୍ତାକୁ ଯଦି ଉପରିସ୍ଥ ଅଧିକାରୀ ମାନେ ପରିଦର୍ଶନ କରି ପୋଖରୀ ସଦୃଶ ଖାଲକୁ ମରାମତି ନକଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ