ବର୍ଷାରେ ଶୋଚନୀୟ ହୋଇ ପଡ଼ିଛି ରାସ୍ତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ର ବଡଡୁମୁରିଆ ଆରଡି ରାସ୍ତା ଠାରୁ ଆରମ୍ଭ କରି ବାରିଆ ପର୍ଯ୍ୟନ୍ତ ଯାଇଥିବା ମାଟି ସଡ଼କ ର କୁ ସବୁ ଦିନିଆ ରାସ୍ତା ନିର୍ମାଣ କରା ଯାଇଛି। ଏହି ରାସ୍ତା ର ବଡଡୁମୁରିଆ କ୍ଷୁଦ୍ର ଜଳସେଚନ ବନ୍ଧ ର ପାଣି ଯାତାୟତ ପାଇଁ ସେଠାରେ ପୋଲ ନିର୍ମାଣ ହେଉଛି। ଜନସାଧାରଣ ଙ୍କ ଯାତାୟତ କରିବା ପାଇଁ ରାସ୍ତା କାମ କରୁଥିବା ଠିକାଦାର ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରିଛନ୍ତି ସତ। କିନ୍ତୁ ଠିକାଦାର ରାସ୍ତା କୁ ମଜଭୁତ ଭାବରେ ନିର୍ମାଣ କରି ନଥିବା ରୁ ବର୍ଷା ପାଣି ରେ ରାସ୍ତା ଧୋଇ ହୋଇ ଯାଇଛି। ରାସ୍ତା ଧୋଇ ହୋଇ ଯିବା ଫଳରେ ବର୍ତ୍ତମାନ ଜନସାଧାରଣ ଙ୍କ ଠାରୁ ଆରମ୍ଭ କରି ବାଇକ ଏବଂ ଚାରି ଚକିଆ ଗାଡ଼ି ଗୁଡ଼ିକ ଯାତାୟାତ କରିବା ରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୋଲ ନିର୍ମାଣ କରୁଥିବା ଠିକା ସଂସ୍ଥା ପୋଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲେ ମଧ୍ୟ ପୋଲର ଉଭୟ ପାର୍ଶ୍ଵ ରାସ୍ତା କାମ ଅଧାପନ୍ତରିଆ ଭାବେ ପକାଇ ରଖିଛନ୍ତି। ବର୍ଷା ଦିନ ଆସିବା ପୂର୍ବରୁ ପୋଲର ଉଭୟ ପାର୍ଶ୍ବର ରାସ୍ତା ନିର୍ମାଣ କରିବାରେ ବିଳମ୍ବ ହେବା ଯୋଗୁଁ ଆଜି ସ୍ଥାନୀୟ ଜନସାଧାରଣ ବୁଲାଣି ରାସ୍ତା ଦେଇ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷା ଦିନ ରେ ପୋଲର ଉଭୟ ପାର୍ଶ୍ବରେ ରାସ୍ତା ନିର୍ମାଣ କରିବା ସମ୍ଭବ ପର ନଥିବାରୁ ବୁଲାଣି ରାସ୍ତା ଉପରେ ପଥର ଗୁଣ୍ଡ ପକାଇ ସମତୁଲ କରି ଜନସାଧାରଣ ଙ୍କ ଯାତାୟତ ସୁବିଧା କରିବା ସକାଶେ ଠିକାଦାର ଓ ଦାୟିତ୍ଵ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫ ରୁ ଦାବି ହେଉଛି।