ଅଳ୍ପ ଦିନରେ ରାସ୍ତା ଫାଟି ଆଁ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ର ମଣଦା ନିକଟ ଦେଇ ପ୍ରବାହିତ ହେଉଥିବା ଅରଡେଇ ନଦୀ ରେ ୨୦୧୮ ମସିହା ରେ ପୋଲ ନିର୍ମାଣ କରିବା ପାଇଁ ଭୂମିପୂଜା ଆରମ୍ଭ ହେବା ପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପୋଲ କାମ କୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଏକ ବର୍ଷ ମଧ୍ୟରେ ପୋଲ ନିର୍ମାଣ ଶେଷ କରିବା ପାଇଁ ନିର୍ଦେଶ ରହିଥିବା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୋଲ କାମ ସଂପୂର୍ଣ୍ଣ ହୋଇ ପାରି ନଥିଲା। ୨୦୨୪ ମସିହାରେ ପୋଲ କାମ ସଂପୂର୍ଣ୍ଣ ହୋଇଥିଲା। ପୋଲ ନିର୍ମାଣ କାମ ଶେଷ ହେଲା ସତ କିନ୍ତୁ ପୋଲର ଉଭୟ ପାର୍ଶ୍ବରେ ରିହିଥିବା ରାସ୍ତା କାମ ୨୦୨୫ ଅପ୍ରେଲ ମାସରେ ଶେଷ ସୋଇଥିଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।ପୋଲର ଉଭୟ ପାର୍ଶ୍ବରେ ରେ ରାସ୍ତା ନିର୍ମାଣ ହେଲା ସତ କିନ୍ତୁ ରାସ୍ତା ର ଉଭୟ ପାର୍ଶ୍ଵ ରେ ନିର୍ମାଣ ହୋଇଥିବା ଗାଡୁଆଲ ଗୁଡ଼ିକ ଅତି ଛୋଟ ନିର୍ମାଣ କରିବା ସହିତ ପୋଲର ଉଭୟ ପାର୍ଶ୍ବରେ ପଙ୍କ ମିଶା କାଦୁଅ ବାଲିକୁ ଦେଇ ରାସ୍ତା ନିର୍ମାଣ କରିଥିଲେ। ରାସ୍ତାକୁ ମଜଭୁତ କରିବା ପାଇଁ ପର୍ଯ୍ୟାପ୍ତ ଭାବରେ ରୋଲର ଚଳାଇ ରାସ୍ତା କୁ ସମତୁଲ ନକରି ରାସ୍ତା ଉପରେ ପିଚୁ ପକାଇ ଦେଇଥିଲା ଠିକାଦାର। ପୋଲର ଉଭୟ ପାର୍ଶ୍ବରେ ରେ ଉଚ୍ଚ ଗାଡୁଆଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜନସାଧାରଣ ଙ୍କ ଅଭିଯୋଗ କୁ ଗୁରୁତ୍ବ ଦେଇ ନଥିଲେ। ବର୍ତ୍ତମାନ ବହୁତ କମ ବର୍ଷା ହୋଇଛି ତଥାପି ରାସ୍ତା ଦବିବା ସହିତ ଧୋଇ ହୋଇଯାଇ ପିଚୁ ଫାଟି ଆଁ କଲାଣି। ଲଗାଣ ବର୍ଷା ହେଲେ ରାସ୍ତା ସଂପୂର୍ଣ୍ଣ ଭାବରେ ଧୋଇ ଯିବାର ସମ୍ଭାବନା ରହିଛି। ରାସ୍ତା ଧୋଇ ଗଲେ ରାସ୍ତାର ଉଭୟ ପାର୍ଶ୍ଵ ରେ ରହିଥିବା ଚାଷ ଜମି ଗୁଡିକ ବାଲି ଚୋର ହୋଇଯିବ ଯାହା ଫଳରେ ଚାଷୀମାନେ ବିଶେଷ କ୍ଷତି ସହିବାକୁ ଯାଉଛନ୍ତି। ଅରଡେଇ ନଦୀ ପୋଲ ର ଉଭୟ ପାର୍ଶ୍ଵ ରାସ୍ତା କୁ ତୁରନ୍ତ ମରାମତି ନ କଲେ ଲଗାଣ ବର୍ଷା ହେଲେ ରାସ୍ତା ର ଅବସ୍ଥା କେଉଁ ଦିଗକୁ ଗତି କରିବ କିଏ କହି ପାରିବ। ପିଡବ୍ଲ୍ୟୁଡି ବିଭାଗର ଅଧିକାରୀ ମାନେ ଆଗୁଆ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫରୁ ଦାବି ହେଉଛି। ବିଭାଗ ରାସ୍ତା ସଂପୂର୍ଣ୍ଣ ହେବା ଆଗରୁ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ