ଗଜପତି କରଣ ସମାଜର ଦ୍ୱିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଜପତି କରଣ ସମାଜର ଦ୍ୱିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଆରୁପାଂଜଳୀ ମହାନ୍ତିଂକ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ କମାଣ୍ଡଣ୍ଟ ସତ୍ୟନାରାୟଣ ଜମାଦାର ମୁଖ୍ୟଅତିଥି,ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ମନୋଜ କୁମାର ପଟ୍ଟନାୟକ ମୁଖ୍ୟବକ୍ତା,ତଥା ଆୟୋଜିତ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା,ସଂପାଦକ ଚନ୍ଦ୍ରଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ବକ୍ତାମାନେ କରଣ ସମାଜର ସ୍ୱତନ୍ତ୍ର ଭୂମିକା ତଥା ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ଜିଲ୍ଲାର ସମସ୍ତ କରଣ ପରିବାରଂକୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଭାବତୀ ପଟ୍ଟନାୟକ ନିଜର ମନ୍ତବ୍ୟ ରଖିଥିଲେ। ସଂପାଦକ ଅମିତ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ।ଶେଷରେ ଅଂଜନା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଂକୁ ସମ୍ୱର୍ଦ୍ଧନା କରାଯାଇଥିଲା।ସେମାନଙ୍କ ମଧ୍ଯରୁ ଗୁରୁ ରଘୁନାଥ ପାତ୍ର,ଓଏଏସ୍ ପରୀକ୍ଷାରେ ସଫଳ ଲାଭ କରିଥିବା ସବ୍ୟସାଚୀ ପଟ୍ଟନାୟକ,ଦୁବାଇରେ ଓଡିଶୀ ନ୍ରୁତ୍ୟ ପ୍ରଦର୍ଶନ କରି ସମ୍ମାନ ଲାଭ କରିଥିବା ତନିଷା ବେବର୍ତ୍ତା,ମ୍ରୁତ୍ୟୁ ପରେ ଅଂଗଦାନ କରି ପରିବାର ତଥା ସମାଜରେ ଗୌରବ ଆଣିଥିବା ସ୍ୱର୍ଗତ କେ.ନରେଶ ପଟ୍ଟନାୟକଂକ ମାତା କେ.ଉଷାରାଣୀ ପଟ୍ଟନାୟକଂକୁ ଅତିଥି ମାନେ ସମ୍ମାନିତ କରିଥିଲେ।ଆଗରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟଲାଭ କରିଥିବା ଛାତ୍ରଛାତ୍ରୀ ମାନଂକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ବେବର୍ତ୍ତା,ହରି ମୋହନ ପଟ୍ଟନାୟକ, ବ୍ରଜାନନ୍ଦ ପଟ୍ଟନାୟକ,ରଂଜିତା ପଟ୍ଟନାୟକ,ନେତ୍ରାନନ୍ଦ ପଟ୍ଟନାୟକ, ଭେଂକଟେଶ୍ୱର ପଟ୍ଟନାୟକ,ଶୁଭ୍ରା ପଟ୍ଟନାୟକ ପରିଚାଳନା କରିଥିଲେ। ଶେଷରେ ଶ୍ରୀଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର କଳାକାର ତନୀଷା ବେବର୍ତ୍ତା ଓ ସ୍ୱପ୍ନାରାଣୀ ପାଣିଗ୍ରାହୀ ନ୍ରୁତ୍ୟ ପ୍ରଦର୍ଶନ କରିଥଲେ।


