ରାମନବମୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ହାଟଡିହି (ଓ୍ବାଇଏନଏସ) : ବଞ୍ଚୋରେ ଚତୁର୍ଦଶ ରlମନବମୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବୀଣାପାଣି କଳାନିକେତନ, ଶାଳପଡାର ନୃତ୍ୟଶିଳ୍ପୀ ମାନଙ୍କ ନୃତ୍ୟାଭିନୟରେ ଦର୍ଶକ ବିଭୋର ହୋଇଥିଲେ।  ପ୍ରଥମେ ଅନୁଷ୍ଠାନର କର୍ତ୍ତା ରତିକାନ୍ତ ରାଉତ, ସୁଧାକର ରାଉତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରି ନୃତ୍ୟନୁଷ୍ଠାନକୁ ଭୁୟସୀ ପ୍ରଶଂସା କରିଥିଲେ। ପରେ ପରେ ନୃତ୍ୟ ଗୁରୁ ଜିତୁ ଦାଶଙ୍କ ନିର୍ଦେଶନାରେ ନୃତ୍ୟାଭିନୟ “ମାଟି ର କଥା “ପଲ୍ଲୀ ନୃତ୍ୟ, ଜଗନ୍ନାଥ ହିଁ ସ୍ରଷ୍ଠା, ତିରିଶି ରୁ ଉର୍ଦ୍ଧ ନୃତ୍ୟ  ପରିବେଷଣ କରିଥିଲେ। ଅତି ଚିତାକର୍ଷକ ଥିଲା ନାଟକ ମା ପୁଅ କଥାବସ୍ତୁ ନେଇ ନାଟକ “ମୋ ମାଆ ପରି କିଏ ହେବ”।ବିଳମ୍ବିତ ରାତ୍ରି ଯାଏଁ ନୃତ୍ୟ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶେଷରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରଣବଲ୍ଳବ ପାଢୀ ଓ ବିଜେପି ନେତା ଶାନ୍ତନୁ କୁମାର ସେଠୀ ନୃତ୍ୟ ଗୁରୁ ଓ ନୃତ୍ୟ ଶିଳ୍ପୀ ମାନଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ