ତୃତୀୟ ନାଉଗାଁ ଫେଷ୍ଟିଭାଲର ଦ୍ୱିତୀୟ ସଂଧ୍ୟା

ନାଉଗାଁ (ଓ୍ବାଇଏନଏସ):ନାଉଗାଁ ବ୍ଳକ ଅନ୍ତର୍ଗତ ଗୋବରୀ ନଦୀପଠାର ମଣିକର୍ଣ୍ଣିକା ଘାଟ ନିକଟରେ ତୃତୀୟ ନାଉଗାଁ ଫେଷ୍ଟିଭାଲର ଦ୍ୱିତୀୟ ସଂଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଯୋଗ ଦେଇ ଉଦଘାଟନ କରିଥିଲେ। ନାଉଗାଁ ଫେଷ୍ଟିଭାଲର ସଭାପତି ଡ. ଚୌଧୁରୀ ସତ୍ୟ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ, ବିଶିଷ୍ଠ ଅତିଥି ଭାବେ ଶାରଳା ସାହିତ୍ୟ ସଂସଦର ସଭାପତି ତଥା ପ୍ରତିଷ୍ଠାତା ଇଂ.ପ୍ରଭାକର ସ୍ୱାଇଁ, ଲଳିତ ସାହାଣୀ, ଦେବଦତ ଦାସ, ମନୋଜ ନାୟକ ଆଦି ଯୋଗ ଦେଇଥିଲେ। ନାଉଗାଁ ମାଟିର ଉଲ୍ଲେଖନୀୟ ଅବଦାନ ବିଭିନ୍ନ କ୍ଷେତ୍ରରେ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଫେଷ୍ଟିଭାଲର ସଂପାଦକ ଧନଜଂୟ ପରିଜା ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ବିଶିଷ୍ଟ ସାହିତ୍ୟିକା ଛବିରାଣୀ ପତିଙ୍କୁ ନାଉଗାଁ ଫେଷ୍ଟିଭାଲ ସମ୍ମାନ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ