ଚୋରାମଦ ଜବତ, ୬ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ପାଟକୁରା, ଡେରାବିଶ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମଙ୍ଗରାଜପୁର ଗ୍ରାମର ଅଞ୍ଜନା ଦାସ(୩୨)ଙ୍କ ଠାରୁ ୨୮ ଲିଟର ବିଦେଶୀ ମଦ, ତିକ୍ଷୀରୀ ଗ୍ରାମର ସୁବାଶ ଚନ୍ଦ୍ର ବେହେରା(୩୫)ଙ୍କ ଠାରୁ ୬୯୧ ଲିଟର ଦେଶୀ ରନ୍ଧାମଦ, ଗୋବର୍ଦ୍ଧନପୁର ଗ୍ରାମର ପ୍ରଶାନ୍ତ ରାଉତ(୩୮)ଙ୍କ ଠାରୁ ୩୮ ଲିଟର ଦେଶୀ ମଦ, କେଉଟ କଣ୍ଡିଆ ଗ୍ରାମର ଟାଇଟନ ସେଠୀ(୩୪)ଙ୍କ ଠାରୁ ୪୧ ଲିଟର ଦେଶୀ ରନ୍ଧାମଦ, ଛାଞ୍ଚୁଣିଆ ଗ୍ରାମର ଦୁଷ୍ମନ୍ତ କୁମାର ଜେନା(୪୮)ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଓ ବଡହାଟ ଗ୍ରାମର ମୁଣା ମହାରଣା(୩୫)ଙ୍କ ଠାରୁ ୨୭ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୮୫୦ ଲିଟର ବିଦେଶୀ, ଦେଶୀ ଓ ଦେଶୀ ରନ୍ଧା ଚୋରାମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର,ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


