ଦୋକାନକୁ ଜାଳି ଦେଲେ ଦୁର୍ବୃତ୍ତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟ ନିକଟସ୍ଥ ତେଲସରା-କୋକିଢିହ ରାସ୍ତା ପାଶ୍ୱର୍ରେ ଥିବା ୨ଟି ଚାଳିଆ ଦୋକାନକୁ ଦୁର୍ବୃତମାନେ ସୋମବାର ବିଳମ୍ବିତ ରାତିରେ ଜାଳି ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଉକ୍ତ ଚାଳିଆ ୨ଟି ହେଲା ଚରଣ ବେହେରାଙ୍କ କଂସେଇଖାନା ଓ ପପୁ ମଲିକଙ୍କ କୁକୁଡା ବିକ୍ରିୟ କେନ୍ଦ୍ର। ଚାଳିଆ ଜାଳି ଦେବା ସଂପର୍କରେ ପପୁ ମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।