ଉପକୂଳରେ ଶୁଭିଲାଣି ପକ୍ଷୀଙ୍କ କଳରବ : ଶୀତ ଋତୁ ରେ ଅତିଥିଙ୍କ ଆଗମନ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ଶୀତ ଋତୁର ଆଗମନ ସାଙ୍ଗକୁ ପର୍ଯ୍ୟଟକ ଙ୍କ ଭିଡ଼ ଜମୁଛି ଅସ୍ତରଙ୍ଗ ଉପକୂଳ ଦେବୀ ନଦୀ ନିକଟରେ। ପର୍ଯ୍ୟଟନସ୍ଥଳ ସାଙ୍ଗକୁ ଅସ୍ତରଙ୍ଗ ଅଞ୍ଚଳ ସୁଦୀର୍ଘ ବେଳାଭୂମି, ହେନ୍ତାଳ ବଣ ସବୁଠି ପର୍ଯ୍ୟଟକଙ୍କ ଆସର ଜମୁଛି। ପ୍ରାକୃତିକ ପରିବେଶରେ ଭରପୁର ଅସ୍ତରଙ୍ଗ ଅଂଚଳରେ ଦେଖିବାକୁ ମିଳିଲାଣି ବିଦେଶୀ ପକ୍ଷୀଙ୍କ ସମ୍ଭାର। ଅସ୍ତରଙ୍ଗ ଅଂଚଳର ଜଳାଶୟ ସମେତ ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ଗୁଡିକରେ ବିହଙ୍ଗ ମାନଙ୍କ କଳରବ ଶୁଣିବାକୁ ମିଳୁଛି। ଶୀତର ଆଗମନ ସହିତ ଅସ୍ତରଙ୍ଗ ଅଞ୍ଚଳ କୁ ପକ୍ଷୀ ଙ୍କ ଆଗମନ ବି ହୋଇଥିବା ପରିବେଶ ପ୍ରେମୀ କହିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରାକୃତିକ ପରିବେଶରେ ଭରି ରହିଛି। ଏଠାରେ ସାମୁଦ୍ରିକ ଜଳବାୟୁ ସାଙ୍ଗକୁ ଘଞ୍ଚ ଜଙ୍ଗଲ, ନଦୀ ଭରି ରହିଛି। ଉତ୍କଷ୍ଟ ଜୈବ ବିବିଧତା କାରଣ ରୁ ଏହି ସ୍ଥାନରେ ବିରଳ ଅଲିଭି ରିଡଲେ କଇଁଛ ସାଙ୍ଗକୁ ବିଭିନ୍ନ ଜୀବ ଜନ୍ତୁ ଓ ପକ୍ଷୀ ଭରି ରହିଛନ୍ତି। ପ୍ରତି ବର୍ଷ ଶୀତ ଋତୁରେ ବିଦେଶୀ ପକ୍ଷୀ ଙ୍କ ସମାଗମ ହୁଏ। ଏହା ସହିତ ଦେବୀ ମୁହାଁଣ, କେଳୁଣୀ ମୁହାଁଣ, ଗଙ୍ଗା ଦେବୀ, ନାସି ସମେତ ବିଭିନ୍ନ ଜଳ ଭଣ୍ଡାର କୁ ପକ୍ଷୀ ମାନେ ସୁରକ୍ଷିତ ସ୍ଥାନ ଭାବେ ବାଛନ୍ତି। ଖାଦ୍ୟ ଅନେଷ୍ୱଣ ଏସିଆ ମହାଦେଶ ବିଭିନ୍ନ ସ୍ଥାନରୁ ଆସୁଥିବା ପକ୍ଷୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ରହିଛି। ଏହାକୁ ନେଇ ଡିସେମ୍ବର ପହିଲା ରୁ ବିଭିନ୍ନ ସ୍ଥାନରେ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ଆଗକୁ ଅଧିକ ସଂଖ୍ୟା ରେ ପକ୍ଷୀ ଦେଖିବାକୁ ମିଳିବ ବୋଲି ବନ ବିଭାଗ ଅନୁମାନ କରିଛି। ଚଳିତ ବର୍ଷ ଦେବୀ ମୁହାଁଣ ଅଂଚଳରେ ପେଇଣ୍ଟେଡ, ଷ୍ଟର୍କ, ସାଣ୍ଡ ପ୍ଲୋଭର ଭଳି ପକ୍ଷୀ ଦେଖିବାକୁ ମିଳିଛି। ଚଳିତ ବର୍ଷ ସବୁଠି ପର୍ଯ୍ୟାପ୍ତ ଜଳ ସାଙ୍ଗକୁ ପକ୍ଷୀଙ୍କ ଖାଇବା ରହିଛି ଦେବୀ ନଦୀ ଅଂଚଳରେ। ଥଣ୍ଡା ବି ଠିକ ଠାକ ରହିଛି। ଏହି ବର୍ଷ ଅସ୍ତରଙ୍ଗ ଅଂଚଳରେ ଅଧିକ ସଂଖ୍ୟକ ପକ୍ଷୀଙ୍କ ସମାଗମ ଦେଖାଯିବ ବୋଲି ପରିବେଶବିତି ମତ ବ୍ୟକ୍ତ କରିଛନ୍ତି।


