ଗଜପତିରେ ବାତ୍ୟା ସରିଲା: ହେଲେ ଲୋକଙ୍କ ଦୁର୍ଦଶା ବଢିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସାମୁଦ୍ରିକ ‘ଝଡ’ ମୋନ୍ଥା ପ୍ରଭାବରେ ଗଜପତି ଜିଲାରେ ବହୁ କ୍ଷୟକ୍ଷତି ଘଟିଛି. ବାତ୍ୟା ସରିଛି ହେଲେ ଲୋକଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି. ବାତ୍ୟା ଯୋଗୁଁ 15 ହଜାର ଉର୍ଦ୍ଧ ହେକ୍ଟର ଚାଷ ଜମିରେ ଥିବା 25 କୋଟି ଟଙ୍କାର ଧାନ ଫସଲ ସମ୍ପୂର୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି. ହାରାହାରି ୯ ଶହ ମିଲିମିଟର ବୃଷ୍ଟିପାତ ହୋଇଥିବାରୁ ବିଭିନ୍ନ ନାଳ, କ୍ଷୁଦ୍ର ଜଳସେଚନ ବିଭାଗର ନାଳ, ପୋଖରୀ ଓ ସାଗର ଗୁଡିକର ଅତ୍ୟାଧୂକ ପାଣି ଚାଷ ଜମିରେ ପ୍ରବାହିତ ହୋଇ ବ୍ୟାପକ ଧାନଫସଲ ନଷ୍ଟ କରିଛି । ଲଗାଣ ବର୍ଷାରେ ଅଧାପାଚିଲା ଧାନ ନଇଁ ପଡିବା ସହ ଚାଷ । ଜମି ଗୁଡିକ ଜଳମଗ୍ନ ହୋଇପଡିଛି। ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ବର୍ତ୍ତମାନ ଗଜପତି ଜିଲ୍ଲାରେ ମୋଟ ୨୯ ହଜାର ହେକ୍ଟରରେ ଚାଷ ଜମି ଧାନ ଚାଷ ହେଉଥିବା ବେଳେ ୧୫ ହଜାର ହେକ୍ଟର ନିମ୍ନ ଓ ମଧ୍ୟମ ଚାଷ ଜମିରେ ଧାନ ଫସଲ ସମ୍ପୂର୍ଣ ଉଜିଡି ଯାଇଛି. ଏହି ୧୫ ହଜାର ହେକ୍ଟର ଧାନ ଜମିର ଆନୁମାନିକ ଦେଢ ଲକ୍ଷ ମେଟ୍ରିକ ଟନ୍ ଧାନ ଫସଲ ଯାହାର ଆନୁମାନିକ ମୂଲ୍ୟ 25 କୋଟିରୁ ଉଦ୍ଧ ହେବ ତାହା ସମ୍ପୂର୍ଣ ନଷ୍ଟ ହୋଇଯାଇଛି. ବର୍ତ୍ତମାନ ସରକାର ଧାନ ଫସଲ ସହ ଅନ୍ୟାନ୍ୟ ଫସଲର କ୍ଷୟକ୍ଷତି ତୁରନ୍ତ ଆକଳନ କରି ସମସ୍ତ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ନିବେଦନ କରିଛନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ