ହିନ୍ଦ୍ ମଜଦୂର ସଭାର ସଂଗ୍ରାମ

ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାର ଲଢ଼ୁଆ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଅତ୍ୟନ୍ତ ଉତ୍ସାହ ଓ ମର୍ଯ୍ୟାଦାର ସହ ବିଶ୍ୱଶ୍ରମିକ ଦିବସ ଗତକାଲି ଦକ୍ଷିଣପୂର୍ବ ରେଳପଥ ମେନ୍ସ ୟୁନିୟନ୍ ସହଯୋଗିତାରେ ବାଲେଶ୍ୱର ଷ୍ଟେସନ୍‌ସ୍ଥିତ ୟୁନିୟନ୍ କାର୍ଯ୍ୟାଳୟ ସମ୍ମୁଖରେ ପାଳିତ ହୋଇଯାଇଛି। ହିନ୍ଦ୍ ମଜଦୂର ସଭା ବାଲେଶ୍ୱର ଜିଲ୍ଲା ସଭାପତି ବିଶିଷ୍ଟ ଶ୍ରମିକନେତା ଅରୁଣ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଶ୍ରମିକ ସମାବେଶରେ ବହୁ ବିଶିଷ୍ଟ ନେତୃବୃନ୍ଦ ଯୋଗଦେଇ କହିଥିଲେ କି ଏବେ ସମୟ ଆସିଛି, ଶ୍ରମିକମାନେ ସଚେତନ ଓ ସଂଗଠିତ ହୋଇ ନିରନ୍ତର ସଂଗ୍ରାମ ଜାରି ରଖିଲେ ଶୋଷଣ ଓ କଷଣରୁ ମୁକ୍ତି ପାଇପାରିବେ। ମଣିଷ ଅପେକ୍ଷା ମଣିଷର ଶ୍ରମ ତଥା ତା’ର ବଞ୍ôଚବାର ଅଧିକାର ଅଧିକ ମହତ୍ୱପୂର୍ଣ୍ଣ ବୋଲି ଆମର ଶାସନ ପ୍ରଶାସନ ଓ ସରକାର ଭୁଲିଯିବା ଉଚିତ ନୁହେଁ। ଆମ ସମ୍ବିଧାନର ଧାରା ୩୩ – ଶୋଷଣ, ଅବିଚାର ଓ ଅନ୍ୟାୟ ବିରୋଧରେ ଶ୍ରମିକମାନଙ୍କୁ ସଂଗ୍ରାମ କରିବାର ଅଧିକାର ପ୍ରଦାନ କରିଅଛି। ବାଲେଶ୍ୱରରେ ବିଗତ ଶତାବ୍ଦୀର ୯୦ ଦଶକରେ ପ୍ରତିଷ୍ଠିତ ହୋଇଥିବା ଶତାଧିକ କଳକାରଖାନା ତଥା ବିରଳା ଟାୟାର୍ସକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଛଟେଇ ହୋଇଥିବା ଶ୍ରମିକ, କର୍ମଚାରୀ ଓ ସ୍ଥାନୀୟ ବେକାରୀଙ୍କ ପୁନଃ ନିଯୁକ୍ତି ଦେବାଲାଗି ସଭାରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା।
ଉକ୍ତ ସମାବେଶରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ମୁଖ୍ୟବକ୍ତା ଭାବେ ପୂର୍ବତନ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥିଭାବେ ବସ୍ତାର ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ବରେଣ୍ୟ ଅତିଥିଭାବେ ପ୍ରାକ୍ତନ ବିଧାୟକ ସ୍ୱରୂପ ଦାସ, ଦକ୍ଷିଣପୂର୍ବର ରେଳପଥ ମେନ୍ସ ୟୁନିୟନ୍ ବାଲେଶ୍ୱର ଶାଖାର ମୁଖ୍ୟ ଉପଦେଷ୍ଟା ଡ. ଗୌର ସାଧନ ମିଶ୍ର, ସଭାପତି ଅଭିମନ୍ୟୁ ବେହେରା, ସଂପାଦକ ଉମେଶ ଚନ୍ଦ୍ର ଅଗସ୍ତି, ବିଶିଷ୍ଟ କୃଷକ ଶ୍ରମିକ ନେତା ଅରୁଣ ଜେନା ପ୍ରମୁଖ ବକ୍ତବ୍ୟ ଦେଇ ମେ’ ଡେ’ ପାଳନର ତାତ୍ପର୍ଯ୍ୟ ଓ ଐତିହ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ସଭା ପୂର୍ବରୁ ପୂର୍ବାହ୍ନରେ ୯ ଘଟିକା ସମୟରେ ହିନ୍ଦ୍ ମଜଦୂର ସଭା ଷ୍ଟେସନ ବଜାର ସ୍ଥିତ କାର୍ଯ୍ୟାଳୟରେ ବିଶିଷ୍ଟ ରାଜନେତା ପ୍ରଫୁଲ୍ଲ ସାମଲ ଲାଲ୍ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଏକ ସୁଶୋଭିତ ମୋଟର ସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରି ବିଚାରଗଞ୍ଜ ଫାଣ୍ଡିସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଏବଂ ଷ୍ଟେସନଛକ ସ୍ଥିତ ସମରେନ୍ଦ୍ର କୁଣ୍ଡୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶୋଭାଯାତ୍ରା ଦକ୍ଷିଣପୂର୍ବ ରେଳପଥ ମେନ୍ସ ୟୁନିୟନ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ଶ୍ରମିକସମାବେଶ ଆୟୋଜିତ ହୋଇଥିଲା। ସଭା ଶେଷରେ ବିରଞ୍ôଚ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ ସଭା ଓ ଶୋଭାଯାତ୍ରାରେ ହ୍ରିତିକ୍ ନାୟକ, ଅନୂପ ସ୍ୱାଇଁ, ଏସ୍‌. କେ. ମଇମୁଦ୍ଦିନ୍‌, ଶରତ ସାହୁ, ନରହରି ମହାଳିକ, ସିମନ ଦାସମହାପାତ୍ର, ଖଗେଶ୍ୱର ମହାନ୍ତି, ଦାମୋଦର ସାମନ୍ତ, ଶରତ ଦାସ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ