ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ଉପଜିଲ୍ଲାପାଳ

ହାଟଡିହି, (ଓ୍ବାଇଏନଏସ): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହେଉଥିବାରୁ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ହାଟଡିହି ବ୍ଲକ ସମ୍ଭାବ୍ୟ ବନ୍ୟା ପ୍ଲାବିତ ଞ୍ଚଳରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଏହି ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରା ଯାଇଛି। ଆଜି ଆନନ୍ଦପୁର ଉପ ଜିଲ୍ଲାପାଳ ନୀଳ ମାଧବ ସୁନା, ହାଟଡିହି ବିଡିଓ ରଞ୍ଜନ କୁମାର ପରିଡା, ତହସିଲଦାର ଶିବବ୍ରତ ତ୍ରିପାଠୀ, ପ୍ରମୁଖ କର ଗୋଳା, ହାବଳେଶ୍ଵର ଠାରେ ଥିବା  ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପରିଦର୍ଶନ କରି ଏଠାରେ ଥିବା ପାନୀୟ ଜଳ, ବିଦ୍ୟୁତ, ଶୌଚାଳୟ ଆଦି ବ୍ୟବସ୍ଥାର ସମୀକ୍ଷା କରିବା ସହିତ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଲେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା କରିଥିଲେ।  ତାଙ୍କ ସହିତ  ପିଇଓ ଜିତେନ୍ଦ୍ର ଜେନା, ଉମାକାନ୍ତ ସା, ଶରତ ବେଜ ପ୍ରମୁଖ ଉପସ୍ଥିତ ଥିବା ବେଳେ  ହାବଳେଶ୍ବର ପଞ୍ଚାଯତ ସରପଞ୍ଚ ରମାକାନ୍ତ ନାୟକ, ଅମ୍ବୋ ସରପଞ୍ଚ ଙ୍କ ପ୍ରତିନିଧି ସୁବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ