କେନ୍ଦୁଝର ଅନ୍ବେଷା ହଷ୍ଟେଲର ସଫଳତା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ହଷ୍ଟେଲ ମାଧ୍ୟମ ରେ  ଜିଲ୍ଲାର ବିଭିନ୍ନ ଇଂଲିଶ ମିଡିଅମ ସ୍କୁଲ ରେ ଅଧ୍ୟୟନ କରି ପ୍ରଥମ ଥର ଏବର୍ଷ  ଡି.ଡି କଲେଜ ପରିସରରେ ଥିବା ଅନ୍ବେଷା ହଷ୍ଟେଲ ରେ ରହି ସେଣ୍ଟ ଜାଭିଏର  ସ୍କୁଲ ଡିମ୍ବୋ ଠାରେ ପଢିବାର ସୁଯୋଗ ପାଇଥିବା ଦେବପ୍ରସାଦ ହାଁସଦା ସର୍ବାଧିକ ୫୬୮ ନମ୍ବର ୯୪. ୬୭ ପ୍ରତିଶତ ମାର୍କ ରଖି  ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ଅନ୍ବେଷା ହଷ୍ଟେଲକୁ ଗୌରବାନ୍ୱିତ କରିଛନ୍ତି । ସମୁଦାୟ ୪୧ ଛାତ୍ରଛାତ୍ରୀଙ୍କ ମଧ୍ଯ ରୁ ୩୫ଜଣ ପାସ କରିଛନ୍ତି ଓ ୬ଜଣ ଫେଲ ହୋଇଛନ୍ତି । ସେହିପରି  ଚମ୍ପୁଆ ଅନ୍ବେଷା ହଷ୍ଟେଲ ରେ ୪୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ୩୮ଜଣ  ପାସ ହୋଇ ଅଛନ୍ତି। କେରଳା ଇଂଲିଶ ମିଡିଅମ ସ୍କୁଲ ଛାତ୍ରୀ ସୁମିତ୍ରା  ବେଶ୍ରା ୮୭. ୩୩ ପ୍ରତିଶତ ମାର୍କ ସହିତ ସଫଳତା ହାସଲ କରିଛନ୍ତି। ବଣ ଜଙ୍ଗଲ ଘେରା ଆଦିବାସୀ ଅଧୁଷିତ କେନ୍ଦୁଝର ଜିଲ୍ଲାର ଗରିବ ଖଟିଖିଆ ମାନଙ୍କର କୋମଳମତି ଶିଶୁଙ୍କୁ  ସମାଜର ମୁଖ୍ୟସ୍ରୋତ ରେ ସାମିଲ କରାଯାଇ ଉନ୍ନତ ଶିକ୍ଷା ଦେବା ନିମନ୍ତେ କରାଯାଇ ଥିଲା ଏହି ଯୋଜନା। ଏହି ସଫଳତା ପଛରେ  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ହଷ୍ଟେଲ ପରିଚାଳକ, ଓ୍ବାଡେନ ତଥା ଶିକ୍ଷକ ଶିକ୍ଷୟତ୍ରୀଗଣଙ୍କ ନିଷ୍ଠାପର ଉଦ୍ୟମ ଫଳରେ  ହୋଇ ପାରିଛି । ଛାତ୍ର ଛାତ୍ରୀଙ୍କ ଏହି ସଫଳତା ନେଇ  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ପ୍ରବୀର କୁମାର ଦେଓ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ସରକାରଙ୍କ ଏଭଳି ଯୋଜନା ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ସହରାଞ୍ଚଳ ରେ ପାଠ ପଢିବାର ସୁଯୋଗ ଦେଇଥିବାରୁ ରାଜ୍ଯ ସରକାରଙ୍କୁ  ଧନ୍ୟବାଦ ଦେଇଛନ୍ତି। ଅଭିଭାବକ ମନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ