କେନ୍ଦୁଝର ଜିଲାର ବାର୍ଷିକ ହାଇସ୍କୁଲ ପରୀକ୍ଷାର ସଫଳତା ହାର ୯୪.୩୦ ପ୍ରତିଶତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ମଇ ୨ ତାରିଖ ଶୁକ୍ରବାର ଦିନ ପ୍ରକାଶ ପାଇଥିବାବେଳେ କେନ୍ଦୁଝର ଜିଲାର ସଫଳତା ହାର ୯୪.୩୦ ପ୍ରତିଶତ ରହିଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜିଲାର ୪୭୮ ଟି ବିଦ୍ୟାଳୟର ୨୩୯୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଥିବାବେଳେ ୬୩୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ଏବଂ ୨୩୩୨୬ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ଏମ୍‌ପି ହୋଇଥିବାବେଳେ ଏ-୧ ଗ୍ରେଡରେ ୬୦ ଜଣ,ଏ-୨ ଗ୍ରେଡରେ ୫୦୩ ଜଣ,ବି-୧ ଗ୍ରେଡରେ ୧୪୩୪ ଜଣ,ବି-୨ ଗ୍ରେଡରେ ୩୦୩୧ ଜଣ,ସି ଗ୍ରେଡରେ ୫୨୨୧ ଜଣ,ଡି ଗ୍ରେଡରେ ୭୨୬୭ ଜଣ,ଇ ଗ୍ରେଡରେ ୪୪୮୧ ଜଣଙ୍କୁ ମିଶାଇ ୨୧୯୯୭ କୃତକାର୍ଯ୍ୟ ହୋଇଥିବାବେଳେ ୧୩୨୨ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୪୫୩ ଜଣ ଛାତ୍ରୀ ଏବଂ ୧୦୫୪୪ ଜଣ ଛାତ୍ର ପାସ କରିଥିବା ଜଣାପଡିଛି । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଭାବେ ୫୦ ଟି ବିଦ୍ୟାଳୟରୁ ୫୯ ଜଣ ଫର୍ମ ଫିଲପ କରିଥିବାବେଳେ ୫ ଜଣ ଅନୁପସ୍ଥିତ ଥିଲେ । ୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ମାତ୍ର ଜଣେ ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ୫୩ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ଜିଲାରେ ଏକ୍ସରେଗୁଲାର ପାସ୍ ହାର ମାତ୍ର ୧.୬୯ ପ୍ରତିଶତ ହୋଇଛି । ପତ୍ର ବିନିମୟ ପାଠ୍ୟକ୍ରମ ପରୀକ୍ଷାରେ ଜିଲାରୁ ୩୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୯ ଜଣ ପରୀକ୍ଷା ଦେଇଥିବାବେଳେ ଜଣେ ଅନୁପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ବି-୨ ଗ୍ରେଡରେ ୩ ଜଣ,ସି ଗ୍ରେଡରେ ୨ ଜଣ,ଡି ଗ୍ରେଡରେ ୪ ଜଣ ଜଣ ଛାତ୍ରଛାତ୍ରୀ ସଫଳତା ପାଇଥିବାବେଳେ ୨୦ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ପତ୍ର ବିନିମୟ ପାଠ୍ୟକ୍ରମରେ ଚଳିତ ଥର ୧.୪୮ ପ୍ରତିଶତ ସଫଳତା ମିଳିଥିବା ଜଣାପଡିଛି । ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ