ଲବଣଗିରି ମହିମା ଆଶ୍ରମର ବାର୍ଷିକୋତ୍ସବ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାଞ୍ଚ ଗାଁ ନିକଟସ୍ଥ ଜାମୁକୋଳି ଲବଣ ଗିରି ମହିମା ଆଶ୍ରମ ରେ ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଚୈତ୍ର ଶୁକ୍ଳ ପାଞ୍ଚମୀ ବୁଧବାର ଦିନ ପୂଜ୍ୟ ଅଧକ୍ଷ୍ୟବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧ୍ୟକ୍ଷତାରେ ଓ ସାଧୁ ଅନାମ ଚରଣ ଦାସଙ୍କ ତତ୍ତ୍ୱାବଧାନରେ ବ୍ରହ୍ମ ମୁହୂର୍ତ୍ତରେ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇଥିଲା। ତତ ସହିତ ଆଶ୍ରମ ପ୍ରାଙ୍ଗଣରେ ନବ ନିର୍ମିତ ଗୃହ ପ୍ରତିଷ୍ଠା କରାଯାଇ ବିଶ୍ଵବ୍ରହ୍ମାଣ୍ଡର କଲ୍ୟାଣ ନିମନ୍ତେ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା। ଏହି ସ୍ଥାନଟିର ମହିମା ଅଲେଖ ଡାକରେ କମ୍ପି ଉଠିବା ସହିତ ଏକ ଧାର୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଏହି ମହୋତ୍ସବ ରେ ମହିମା ଗାଦି ମହିମା ଧର୍ମ ସମାଜର ବହୁ ବରିଷ୍ଠ ପ୍ରମୁଖ ସିଦ୍ଧ ସାଧୁ ବାବାବୃନ୍ଦ ଓ ବିଜ୍ଞ ସାଧୁ ମଣ୍ଡଳୀ ଭକ୍ତବୃନ୍ଦ ତଥା ଧର୍ମ ପାରାୟଣ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମକୁ ବାବା ପ୍ରସନ କୁମାର ଦାସ, ସାଧୁବାବା ଅନାମ ଚରଣ ଦାସ, ସାଧୁବାବା ବେଣୁଧର ଦାସ ସୁଚାରୁ ରୂପେ ଚଳାଇଥିବାରୁ ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ମତବ୍ୟକ୍ତ କରିଥିଲେ।