ଦୁଇ ଦାଦନ ଯୁବତୀଙ୍କ ଫେରିବା ବାଟ ଫିଟିଲା

ହାଟଡିହି – (ବିକାଶ ବିଶ୍ବାଳ): ଦୁଇ ବର୍ଷ ହେଲା ଦାଦନ ଖଟିବାକୁ ଯାଇଥିବା ଦୁଇ ଯୁବତୀଙ୍କ ଫେରିବା ବାଟ ଫିଟିଛି। ଆସନ୍ତା ୧୫ତାରିଖ ଦିନ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଯୁବତୀ ଦ୍ବୟଙ୍କୁ ଓଡ଼ିଶା ପଠାଇବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏପରିକି ଆଜି ସେଠାକାର ପୁଲିସ ଉଭୟଙ୍କ ସହ ତାଙ୍କ ପରିବାର ଲୋକଙ୍କ ସହ କଥା କରାଇଛନ୍ତି। ବାଲିବରେଇ ପଞ୍ଚାୟତ ବିଦ୍ୟାଧରପୁର  ଗ୍ରାମ ବନ୍ଧ ସାହିର ପିତାମ୍ବର ହୋ ଏବଂ ସୁଦି ହୋଙ୍କ ଝିଅ ସଲମା ହୋ (୨୩) ଏଵଂସାର ହୋ (୨୫) ଗତ ଦୁଇବର୍ଷ ତଳେ ଗୁଜୁରାଟ କାମ କରିବାକୁ ଯାଇଥିଲେ। ବାଲେଶ୍ଵର ର ଜଣେ ଦଲାଲ ଙ୍କ ସାହାଯ୍ୟରେ ସେଠାରେ ଯାଇ କାମ କରୁଥିବା ବେଳେ ଉପଯୁକ୍ତ ପାରିଶ୍ରମିକ ନଦେଇ ଧମକ ଚମକ ଦେବାରୁ ୪ଜଣ ଲୁଚି ପଳାଇ ଆସିଥିଲେ। କିନ୍ତୁ ଏ ଦୁଇ ଯୁବତୀଙ୍କୁ କମ୍ପାନୀ କର୍ତୁପକ୍ଷ ଛାଡି ନଥିଲେ। ଏପରିକି ଗତ ୬ମାସ ହେଲା ଟେଲିଫୋନ କରାଇ ଦେଉ ନଥିଲେ। ଫଳରେ ଘରେ ଥିବା ବୃଦ୍ଧ ବାପା ମା ଚିନ୍ତାରେ ପଡ଼ିଥିଲେ। ଏ ସଂପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ବିଭିନ୍ନ ବିଭାଗର ଅଧିକାରୀ ଙ୍କୁ ଅବଗତ କରାଇ ଥିଲେ। ବଞ୍ଚୋ ଗ୍ରାମର ସମାଜସେବୀ ସୁଶାନ୍ତ ବିଶ୍ଵାଳ ଏହାକୁ ଟୁଇଟ କରି ଗୁଜୁରାଟର ମୋରବିଲ୍ ଏସ.ପି ଙ୍କୁ ଅବଗତ କରାଇଥିଲେ । ମୋରବିଲ୍ ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ପୁଲିସ ଉକ୍ତ କମ୍ପାନୀକୁ ଯାଇ ଦୁଇ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ପରେ କମ୍ପାନୀ କର୍ତୁପକ୍ଷ ଆସନ୍ତା ୧୫ତାରିଖରେ ଯୁବତୀ ଦ୍ୱାୟଙ୍କୁ ଘରକୁ ପଠାଇବାକୁ କହିଥିଲେ। ଏଥି ସହିତ ଯୁବତୀ ଦ୍ବୟ ପୁଲିସ ଉପସ୍ଥିତିରେ ତାଙ୍କ ବୃଦ୍ଧ ବାପା ମାଙ୍କ ସହିତ କଥା ହୋଇଥିଲେ । ଏହାକୁ ନେଇ ଚିନ୍ତାରେ ଥିବା ବୃଦ୍ଧ ଦମ୍ପତି ଖୁସି ବ୍ୟକ୍ତ କରିବା ସହ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ ସୁଶାନ୍ତ ବିଶ୍ଵାଳ ଓ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ