ଦୁର୍ଘଟଣାରେ ମହିଳା ମୃତ

ହାଟଡିହି (ବିକାଶ ବିଶ୍ବାଳ) :କେନ୍ଦୁଝର ଜିଲା ଆନନ୍ଦପୁର- ଭଦ୍ରକ ୫୩ନଂ ରାଜ୍ୟ ରାଜପଥର  ଅଣା ଛକ ନିକଟରେ ଗତ ମାର୍ଚ୍ଚ ମାସ ୨୫ତାରିଖ ମଧ୍ୟାହ୍ନରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇଥିବା ବର୍ଷାରାଣୀ ଜେନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।  ସୂଚନା ଅନୁଯାୟୀ ଅକରୁଆ ପଞ୍ଚାୟତ ଘୋଷରାପଦା ଗାଁର ବର୍ଷା ରାଣୀ ଜେନା (୪୯ ବର୍ଷ) ଏବଂ ତାଙ୍କ ପୁଅ ରାଜାକାହ୍ନା ଜେନା (୨୩ ବର୍ଷ) ସାଇକେଲ ଯୋଗେ ହାଟଡିହି ବ୍ୟାଙ୍କକୁ ସେଦିନ ଟଙ୍କା ଉଠାଇବାକୁ ଯାଉଥିଲେ। ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ୱାଗନର ଗାଡ଼ି (ନଂ ଓଡ଼ି ୦୧ ଏଜେ ୧୬୭୫) ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା l ଫଳରେ ସାଇକେଲରେ ଥିବା  ମା’ ଏବଂ ପୁଅ ବହୁ ଦୁରକୁ ଛିଟିକି ପଡ଼ିଥିଲେ। ନନ୍ଦିପଦା ପୁଲିସ ପହଞ୍ଚି ମା’-ପୁଅ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଗାଡ଼ିରେ ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।  ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିଛିଦିନ ପରେ ପୁଅ କିଛିକାଂଶ ରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମା ବର୍ଷାରାଣୀ ମାସେ କାଳ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଗତକାଲି ମୃତ୍ୟୁ ବରଣ କରିଛନ୍ତି। ଗତକାଲି ରାତିରେ ତାଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା। ବର୍ଷରାଣୀ ଙ୍କ ପରିବାର ଅବସ୍ଥା ଭଲ ନଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ