ପଶା ପ୍ରତିଯୋଗିତା ଉଦଘାଟିତ
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ୩ୟ ବାର୍ଷିକ ଜିଲ୍ଲା ସ୍ତରୀୟ ପଶା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗୀତା ଆଜି ଠାରୁ ଆରମ୍ଭ ହୋଇ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବାକୁ ସମ୍ମତି ଦେଇଛନ୍ତି। ଏଥିରେ ୩୦ଦଳ ଅଂଶ ଗ୍ରହଣ କରିବାକୁ ଥିବାବେଳେ ଆଜି ୮ଟି ଦଳ ଭାଗ ନେଇଥିଲେ। ସୁରେନ୍ଦ୍ର ବିଶ୍ବାଳ, ପ୍ରଦୀପ ରାଉତ, ଚିନ୍ତାମଣି ରାଉତ, ନିରଞ୍ଜନ ରାଉତ, ଶ୍ରୀକାନ୍ତ ବିଶ୍ଵାଳ, ଯଦୁମଣି ପଟ୍ଟନାୟକ, ଅନାମ ରାଉତ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି।