ଦୁର୍ଘଟଣାରେ ଯୁବକ ମୃତ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅରିଓଦା ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଜୈନିକ ଯୁବକ ନିଜ ବଡ ବାପାଙ୍କ ମୃତ୍ୟୁଖବର ପାଇ ବାଇକ୍ ଯୋଗେ ଘରକୁ ଆସୁଥିବା ବେଳେ ବାଲିଭଉଁରୀ-ଶିଖରଘାଟ ରାସ୍ତାର ବିଲିପଡା ନିକଟରେ ପିକଅପ୍ ଭ୍ୟାନ ସହିତ ବାଇକ୍ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଯୁବକ ଜଣକ ଅରିଓଦା ଗ୍ରାମର ଦୈତାରୀ ନାୟକଙ୍କ ପୁଅ ପବିତ୍ର(୪୦) ବୋଲି ଜଣାଯାଇଛି। ସୂଚନା ମୁତାବକ ପବିତ୍ର ଅନୁଗୋଳରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ଶନିବାର ତାଙ୍କ ବଡ ବାପା ଚକ୍ରଧରଙ୍କ ପରଲୋକ ଘଟିଥିଲା। ବାଡ ବାପାଙ୍କ ମୃତ୍ୟୁ ଖବର ପାଇ ଅନୁଗୋଳରୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ହେଲେ ଦିନ ପ୍ରାୟ ୧୨ଟା ସମୟରେ ଶିଖରଘାଟ ପୋଲରୁ ନାଉଗାଁ ଅଭିମୁଖେ ଆସୁଥିବା ବେଳେ ପିକଅପ୍ ଭ୍ୟାନ ସହିତ ତାଙ୍କ ବାଇକ୍ ଧକ୍କା ହୋଇଥିଲା। ଫଳରେ ପବିତ୍ର ରାସ୍ତାରେ ପଡିଯିବାରୁ ମୁଣ୍ଡ ମାଡ ହୋଇଯିବା ହେତୁ ଗୁରୁତର ହୋଇପଡିଥିଲା। ସ୍ଥାନୀୟ ଲୋକେ ଏହି ଦେଖି ନିକଟସ୍ଥ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ତାକୁ ଉଦ୍ଧାର କରି ଚିକିତ୍ସାଲାଗି ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ