ପରିବା ଦୋକାନରୁ ଚୋରୀ : ଥାନାରେ ଅଭିଯୋଗ
ଛତ୍ରପୁର (ଓ୍ବାଇଏନଏସ) : ସ୍ଥାନୀୟ ପରିବା ମାର୍କେଟ ରେ ଥିବା ଏକ ପରିବା ଦୋକାନରୁ ଚୋରୀ ହୋଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି। ଏହା ସହ ଦୋକାନରେ ଥିବା ପରିବା ଏବଂ ଆସବାବ ପତ୍ର ଗୁଡିକ ଛୀନଛତର ହୋଇ ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ପରିବା ମାର୍କେଟ ପରିସରରେ ଆର. ନାଗରାଜୂ ରେଡ୍ଡୀ ଓ ଏସ. ରାଜୁ ରେଡ୍ଡୀଙ୍କ ଦୋକାନ ଭିତରେ ପଶି ଟଙ୍କା ଓ ବିଦ୍ୟୁତ ଚାଳିତ ନିକିତି ଚୋରୀ କରିଛନ୍ତି ଦୁର୍ବୁତ୍ତମାନେ । ଏନେଇ ଆଜି ଆର. ନାଗରାଜୁ ଓ ଏସ. ରାଜୁ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୋଲିସ ପେଟ୍ରୋଲିଙ୍ଗ କଡା କଡୀ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।