ସଢା ଶନିଶ୍ଚର ମନ୍ଦିରରୁ ଚୋରୀ: ପୋଲିସର ତଦନ୍ତ

ହାଟଡିହି (ଓ୍ବାଇଏନଏସ): କିଛି ଦିନର ନୀରବତା ପରେ ପୁଣି ମନ୍ଦିର ଚୋରୀ ଆରମ୍ଭ ହୋଇଛି। ଗତ ଶନିବାର ରାତିରେ ସଢା ଦରଡାସାହି ସ୍ଥିତ ଶନିଶ୍ଚର ମନ୍ଦିରରୁ କେହି ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି  ଶନିଶ୍ଚରଙ୍କ ରୁପା ମୁକୁଟ, ସୁନା ଅଳଙ୍କାର, ମନ୍ଦିର ପୂଜାରେ ବ୍ୟବହୃତ ପିତଳ ସାମଗ୍ରୀ ଆଦି ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ସେସବୁ ସବୁ ଚୋରୀ କରି ନେଇଛି। ରବିବାର ସକାଳୁ ପୂଜା କରିବାକୁ ଯିବାପରେ ଚୋରୀ ସମ୍ପର୍କରେ ଜଣା ପଡିଥିଲା। ଏନେଇ ମନ୍ଦିର କମିଟି ପକ୍ଷରୁ ସୋସୋ ଥାନାରେ ଅଭିଯୋଗ ହେବା ପରେ ପୋଲିସ  ଆଜି ସାଇଣ୍ଟିଫିକ ଟିମ ସହଯୋଗରେ ତଦନ୍ତ ଆରମ୍ଭ କରିଛି। ଏହି ଚୋରୀରେ ସ୍ଥାନୀୟ ନିଶାଡି ଯୁବକଙ୍କ ସମ୍ପୃକ୍ତି ଥିବା ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି। ପୋଲିସ ଅତିଶୀଘ୍ର ଚୋରୀରେ ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କୁ ଗିରଫ କରୁ ବୋଲି କୈଳାଶ ସାମଲ, ରବୀନ୍ଦ୍ର ବେହେରା, ବାବନ ବେହେରା, ପୂର୍ଣ୍ଣ ବେହେରା, କୃଷ୍ଣ ଜେନା, ବାବାଜି ବେହେରା ପ୍ରମୁଖ ଗ୍ରାମବାସୀ ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ