ଜିଲ୍ଲାପାଳଙ୍କା କାର୍ଯ୍ୟାଳୟରୁ ଚୋରି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୧ଟି କମ୍ପ୍ୟୁଟର ଚୋରି ହୋଇଥିବା ଅଭିଯୋଗ ହୋଇଛି। କମ୍ପ୍ୟୁଟର ଗୁଡିକ ପେଟିରେ ପଶି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଗୃହରେ ରହିଥିଲା। କେହି ଦୁର୍ବୁତ ଏହାକୁ ଚୋରି କରିନେଇଛନ୍ତି। ତେବେ କେତେବେଳେ ଓ କିପରି ଏହା ଚୋରି ହେଲା ତାହାର ତଦନ୍ତ କରିବାକୁ ଜିଲ୍ଲାପାଳ ରଘୁରାମ ଆର. ଆୟାର ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆୟାରଙ୍କୁ ପଚାରିବାରେ ସେ କହିଲେ ଯେ ସେଗୁଡିକ କମ୍ପ୍ୟୁଟର ନୁହେଁ ଇନଭର୍ଟର ବ୍ୟାଟେରୀ। ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।


