ବିଦ୍ୟାଳୟରୁ ରୋଷେଇ ସରଞ୍ଜାମ ଚୋରି

ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ରାତିରେ ବନ୍ତ ଥାନା ଅଧିନ ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟରୁ ରୋଷେଇ ସରଞ୍ଜାମକୁ କେହି ଦୃବୁର୍ତ୍ତ ଚୋରି କରି ନେଇଥିବା ଜଣାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦେବା ନେଇ ଶିକ୍ଷକ ମାନେ ଭଡାରେ ରୋଷେଇ ସରଞ୍ଜାମ ଆଣି ରୋଷେଇ କରି ଦେଇଥିବାର ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ମଙ୍ଗଳବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ଛୁଟି କରି ଘରକୁ ଯାଇଥିଲେ । ବୁଧବାର ସକାଳେ ବିଦ୍ୟାଳୟରେ ପହଞ୍ôଚ ସମସ୍ତ ଶ୍ରେଣୀ ଗୃହ ଖୋଲିବା ପରେ ରୋଷେଇ ଘର ଖୋଲିବାକୁ ଯିବା ବେଳେ ରୋଷେଇ ଘରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘର ଭିତରକୁ ଯାଇ ଦେଖିବା ବେଳକୁ୍ ହାଣ୍ଡି, କଡେଇ, ମାଡିଆ, ଡିସ୍‌, ବାଲତି, ହେମଦସ୍ତା, ଚଟୁ, ଚାମଚ ସମେତ ବହୁ ରୋଷେଇ ସରଞ୍ଜାମ ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ ସିଆରସିସି ରାଜେନ୍ଦ୍ର କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କହ୍ନେଇ ଚରଣ ସାହୁ ଏବଂ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀଙ୍କୁ ଖବର ଦେବା ପରେ ସେମାନେ ଆସି ଘଟଣା ସ୍ଥଳରେ ପହଞ୍ôଚ ଦେଖିଥିଲେ । ପରେ ଏନେଇ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ବ୍ଲକ ଶିକ୍ଷାଧିକାରୀ ଓ ବନ୍ତ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଥାଉକି, ଗତ ୨୦୦୭ ମସିହାରେ ଏହି ବିଦ୍ୟାଳୟରୁ ଦୃବୁର୍ତ୍ତ ମାନେ ବହୁ ସାମଗ୍ରୀ ଚୋରି କରିନେଇଥିଲେ । ତତ୍କାଳୀନ ବନ୍ତ ଥାନାଧିକାରୀ ଉକ୍ତ ଚୋରି ଘଟଣାରେ କଡା ପଦକ୍ଷେପ ଗ୍ରହଣ କରିଥିଲେ । ଫଳରେ ଦୀର୍ଘ ୧୦ ବର୍ଷ ଧରି ଏହି ବିଦ୍ୟାଳୟରେ ଆଉ ଚୋରି ହେଉନଥିଲା । ମାତ୍ର ଗତ ୨୦୧୭ ମସିହା ଠାରୁ ଅଦ୍ୟାବଧି ଏହି ବିଦ୍ୟାଳୟରେ ୪ରୁ ୫ ଥର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି । ତେବେ ଏହି ବିଦ୍ୟାଳୟରେ ବାରମ୍ବାର ଚୋରି ହୋଇ ଚାଲିଥିବା ବେଳେ ପୋଲିସ ଦୃବୁର୍ତ୍ତ ମାନଙ୍କୁ ଧରିବାରେ ସଫଳ ହୋଇପାରିନଥିବା ଜଣାଯାଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ