ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଇନଭଟର ଚୋରୀ
ହାଟଡିହି (ବିକାଶ ବିଶ୍ବାଳ): ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ବିଭାଗରେ ଲାଗିଥିବା ଇନଭଟର ଓ ବ୍ୟାଟେରୀ ଚୋରୀ ହୋଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଗତ ୫/୬ଦିନ ତଳେ କେହି ଦୃର୍ବୁତ୍ତ ଚାବି ଭାଙ୍ଗି ଏହି ଚୋରୀ କରିଥିବା ଅନୁମାନ କରାଯାଉଛି। ଘରଟିରେ ଚାବି ପଡ଼ୁଥିବା ବେଳେ କେତେବେଳେ କିପରି ଖୋଲାଯାଏ। ଡାକ୍ତରଖାନାର କର୍ମଚାରୀ ମାନେ ଚାବି ଭଙ୍ଗା ଯାଇଥିବା ଆଜି ସକାଳେ ଦେଖିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଡାକ୍ତର ପ୍ରଭାତ ନାୟକ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯିବ ବୋଲି ପୁଲିସ କହିଛି। ଏଠାରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଥିବାବେଳେ କିପରି ଚୋରୀ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।