ଘରେ କେହି ନଥିବା ବେଳେ ଚୋରି :ଥାନାରେ ଲିଖିତ ଅଭିଯୋଗ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡେରିକି (ବାଲିଚନ୍ଦ୍ରପୁର)ଗ୍ରାମର ଉଗ୍ରେସନ ମହାନ୍ତିଙ୍କ ଘରେ କେହି ନଥିବା ବେଳେ ଚୋରି ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଉଗ୍ରେସନଙ୍କ ଅଭିଯୋଗ ମୁତାବକ ଶୁକ୍ରବାର ଘର ବନ୍ଦ କରି ସପରିବାର ଭୂବନେଶ୍ୱର ପୁଅ ବୋହୁଙ୍କ ନିକଟକୁ ଯାଇଥିଲେ। ଶନିବାର ସଂଧ୍ୟାରେ ଆସି ଦେଖିଲା ବେଳକୁ ଘରର ମୁଖ୍ୟ ଗ୍ରିଲ ଭଙ୍ଗା ଯାଇଥିବା ବେଳେ ଘରର ଗୋଦରେଜ୍ ଭଙ୍ଗା ଯାଇ ସୁନା ଅଳଙ୍କାର ସମେତ ଲୁଗାପଟା ଓ ଟଙ୍କା ଚୋରି ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ସାଇଂଟିଫକ ଟିମ ସହାୟତାରେ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ