ସାହିକୁ ନାହିଁ ସବୁଦିନିଆ ରାସ୍ତା ହିନସ୍ତା ଲୋକେ

ହାଟଡିହି (ଓ୍ବାଇଏନଏସ): ବଞ୍ଚୋ ନାଇକ୍ ସାହିକୁ ନାହିଁ ସବୁଦିନିଆ ରାସ୍ତା। ଗାଁ ରେ ୬୦ରୁ ଊର୍ଦ୍ଧ୍ବ ପରିବାରର ଶତାଧିକ ବାସ କରୁଥିବା ବେଳେ ରାସ୍ତା ନଥିବାରୁ ବର୍ଷା ଦିନେ ଗାଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଏପରିକି ବର୍ଷାଦିନେ କାହାର ଦେହ ଅସୁସ୍ଥ ହେଲେ ବହୁ ହିନସ୍ଥା ହେଇଛନ୍ତି ସାହି ଲୋକେ। ଖଟିଆରେ ବୋହି ବୋହି ମୂଖ୍ୟ ରାସ୍ତାକୁ ଆଣିବା ପରେ ଆମ୍ବୁଲାନ୍ସ କି ଅନ୍ୟ ଗାଡ଼ିରେ ଡାକ୍ତରଖାନା ନେଉଛନ୍ତି। ସାହି ଲୋକେ ଚାଷ ବାସ କରିବା ପାଇଁ ଟ୍ରାକ୍ଟର ଟିଏ ବି ନେଇ ପାରୁ ନାହାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ମାଗୁଣି ନାଇକ, ସୁରେନ୍ଦ୍ର ନାଇକ, ସଦାନନ୍ଦ ନାଇକ, ତପନ ନାଇକ, ଅଭିମନ୍ୟୁ ନାଇକ, ଗଜେନ୍ଦ୍ର ନାଇକ, ରବୀନ୍ଦ୍ର ନାଇକ, ଦୟାନିଧି ନାଇକ, ବଳରାମ ନାଇକ, କାର୍ତ୍ତିକ ନାଇକ, ବିଳାସ ନାଇକ, ପଦ୍ମାବତୀ ନାଇକ, କୁନ୍ତୀ ନାଇକ, ରଶ୍ମି ନାଇକ, ସେବତୀ ନାଇକପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ସାହିକୁ ଯିବାକୁ ସରକାରୀ ରାସ୍ତା ନାହିଁ। ଯେଉଁ ରାସ୍ତା ଟି ଅଛି ତାହା କିଛି ଲୋକଙ୍କ ପଟ୍ଟା ଭୁକ୍ତ ଜମି ରହିଥିବାରୁ ରାସ୍ତା ନିର୍ମାଣ ହୋଇପାରୁନି। କେନାଲ ଦେଇ ରାସ୍ତା ନିର୍ମାଣ ପାଇଁ ପ୍ରପୋଜାଲ ଦିଆ ଯାଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ