ବ୍ୟାଣ୍ଡ ଓ ଡିଜେ ସାଉଣ୍ଡ ଉପରେ ରହିବ କଟକଣା : ହାଇକୋର୍ଟ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ଗଣେଶ ପୂଜାରୁ ପାର୍ବଣ ଋତୁର ଆରମ୍ଭ ହୋଇଯାଇଛି। ପଛକୁ ପଛ ଅନେକ ପୂଜା, ପର୍ବ ପର୍ବାଣୀ ଅଛି।ଏ ସବୁ ପୂଜା ମହୋତ୍ସବ, ଭସାଣି ଶୋଭାଯାତ୍ରା ରେ ଶବ୍ଦ କଟକଣା କଡାକଡି ଭାବେ ଲାଗୁ କରାଯିବ ବୋଲି ଅସ୍ତରଙ୍ଗ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। କିନ୍ତୁ ଶବ୍ଦ କଟକଣା କିଭଳି ଲାଗୁ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବ୍ୟାଣ୍ଡ ପାର୍ଟି ଓ ଡିଜେ ସାଉଣ୍ଡ ଅପରେଟର ଙ୍କ ପାଖରେ ସାଉଣ୍ଡ ଲିମିଟର ମେସିନ ଅଛି କି ନାହିଁ ତାହା ପୁଲିସ ଯାଞ୍ଚ କରୁ ନାହିଁ। ସମସ୍ତ ସଂସ୍ଥା ସାଉଣ୍ଡ ଲିମିଟର ମେସିନ ଲଗାଇବେ ବୋଲି ହାଇକୋର୍ଟ ନିର୍ଦ୍ଧେଶ ଦେଇଥିଲେ।ଯାହାକି ସେହି ସମୟରେ କିଛି ସଂସ୍ଥା ମେସିନ କିଣିଥିଲେ। ବର୍ଷ ବର୍ଷ ହେବ ଅସ୍ତରଙ୍ଗ ଓ ନୂଆଗଡ ପୋଲିସ ପକ୍ଷରୁ ଖୋଳତାଡ଼ ହେଉ ନଥିବାରୁ ଡିଜେ ସଂସ୍ଥା ପାଖରେ ସାଉଣ୍ଡ ଲିମିଟର ମେସିନ ଅଛି କି, ସେମାନେ ବ୍ୟବହାର କରୁଛନ୍ତି କି ନାହିଁ ପୁଲିସ ପାଖରେ ସେ ନେଇ କୌଣସି ସୂଚନା ନାହିଁ।ଭସାଣି, ବିବାହ ଶୋଭାଯାତ୍ରା ରେ ଶବ୍ଦ ପ୍ରଦୂଷଣ ନେଇ ଉଦୁବେଗଜନକ ସ୍ଥିତି ସୃଷ୍ଟି ହେବାରୁ ହାଇକୋର୍ଟ ନିର୍ଦ୍ଧେଶ ଅନୁସାରେ ସାଉଣ୍ଡ ଲିମିଟର ମେସିନ ଲଗାଇବା ବାଧ୍ୟତାମୂଳକ। ମେସିନ ସିରିୟଲ ନମ୍ବର ସାଉଣ୍ଡ ସଂସ୍ଥାର ବୁକିଂ ରସିଦ ରେ ଉଲ୍ଲେଖ ରହିବ। ସର୍ବାଧିକ ୬୫ଡେସିବଲରେ ସାଉଣ୍ଡ ବାଜି ପାରିବ। ପୁଲିସ ଶୋଭାଯାତ୍ରା ଲାଇସେନ୍ସ ଦେବା ବେଳେ ଏହି ନିୟମ କଡାକଡି ଯାଞ୍ଚ କରିବେ ବୋଲି ହାଇକୋର୍ଟ ନିର୍ଦ୍ଧେଶ ରହିଛି। କିନ୍ତୁ ନିର୍ଦ୍ଧେଶ କିଛି ମାସ ପର୍ଯ୍ୟନ୍ତ ପୁଲିସ ସାଉଣ୍ଡ ଲିମିଟର ଯାଞ୍ଚ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ମାତ୍ର ଏହି ଘଟଣା ପରଠୁ ପୁଲିସ କିନ୍ତୁ ସାଉଣ୍ଡ ଲିମିଟର ମେସିନର ବାସ୍ତବ ସ୍ଥିତି ଯାଞ୍ଚ କରିନି। ସେହି ପୁରୁଣା ୬୦/୬୫ ଡେସିବେଲ ଥିବା ଲିମିଟର ମେସିନର ସିରିୟଲ ନମ୍ବର ବହୁ ଡିଜେ ସଂସ୍ଥା ରସିଦ ବହିରେ ଛପା ହୋଇଛି। ଏପରିକି ଗୋଟିଏ ସଂସ୍ଥା ଗୋଟିଏ ମେସିନ ଆଣି ତାର ୩ରୁ ୪ଟି ୟୁନିଟକୁ ସେହିଥିରେ ଚଳାଉଛନ୍ତି। ପୁଲିସ କିନ୍ତୁ ଏହାକୁ ଯାଞ୍ଚ କରୁନି। ରସିଦ ରେ ସିରିୟଲ ନମ୍ବର ଦେଖି ଲାଇସେନ୍ସ ଦେଈ ଦେଉଛି।ଅନ୍ୟ ପକ୍ଷରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଅସ୍ତରଙ୍ଗ, କାକଟପୁର ଓ ନୂଆଗଡ ଥାନା ଅଂଚଳରେ ପୂର୍ବରୁ ଉଚ୍ଚ ଶବ୍ଦ ପ୍ରଦୂଷଣ ଅବା ପୋଲିସ ଠାରୁ ଅନୁମତି ନ ନେଇ ସାଉଣ୍ଡ ବଜାଉଥିବାରୁ ପୋଲିସ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା। କିନ୍ତୁ ବର୍ତମାନ ପରିସ୍ଥିତି ରେ ଅସ୍ତରଙ୍ଗ ଓ କାକଟପୁର ଥାନା ଅଧିକାରୀ ପରିବର୍ତ୍ତନ ହୋଇଥିବା ବେଳେ ଆଗକୁ ପାର୍ବଣ ସମେତ ବିଭିନ୍ନ ପୂଜାର ଭସାଣି ଓ ଶୋଭାଯାତ୍ରା। ହେଲେ ସେମାନେ ନୂଆ ସାଉଣ୍ଡ ଲିମିଟର ମେସିନ କିଣିଛନ୍ତି କି ନାହିଁ ତାହା ପୁଲିସ ଯାଞ୍ଚ କରୁଛି କି ନାହିଁ ଅପେକ୍ଷା, ନାଁ ହାଇକୋର୍ଟ ନିର୍ଦ୍ଧେଶ କୁ ଉଲ୍ଲଘଂନ କରି ଭସାଣି ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ସାଉଣ୍ଡ ବାଜିବ ତାହା ପରବର୍ତୀ ସମୟରେ ଜଣା ପଡିବ। ଏଭଳି ସ୍ଥିତିରେ ସାଉଣ୍ଡ ଉପରେ କଟକଣା କିଭଳି ରହିବ ତାହା ସମସ୍ତଙ୍କୁଆଶ୍ଚର୍ଯ୍ୟ କରୁଛି। ସେହିପରି ଅସ୍ତରଙ୍ଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି ଭସାଣି ରେ ଉଚ୍ଚ ସାଉଣ୍ଡ ଭସାଣି ପାଇଁ ଉପଜିଲ୍ଲାପାଳ ଙ୍କ ଠାରୁ ଅନୁମତି ଆଣିବା ପାଇଁ। ଯଦି ନିୟମ ଉଲ୍ଲଘଂନ କରି ସାଉଣ୍ଡ ବାଜିବ ପୋଲିସ ଜବତ କରିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।


