ଘରୁ ଗ୍ୟାସ ଟାଙ୍କି ଉଠାଇନେଲା ଚୋର, ସିସିଟିଭିରେ ଚୋରିର ଦୃଶ୍ୟ

କଟକ, (ଓ୍ବାଇଏନଏସ): ରନ୍ଧନ ଗ୍ୟାସ୍ ଅଭାବକୁ ନେଇ ବର୍ତ୍ତମାନ ସବୁଠି ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ପରିସ୍ଥିତିରେ ଘରେ କେହି ନଥିବାବେଳେ ଜଣଙ୍କ ଘରୁ ଗ୍ୟାସ୍ ଟାଙ୍କି ଚୋରି କରିନେଇଛି ଦୁର୍ବୃତ୍ତ । ଯାହାର ସିସିଟିଭି ଦୃଶ୍ୟ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ହୋଇଛି । ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ବାରଙ୍ଗ ମୁଖ୍ୟ ରାସ୍ତାର ବଛିପୁରରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ମଧୁପୁର ଗ୍ରାମର ମଥୁରାନନ୍ଦ ସାହୁ ତ୍ରିଶୂଳିଆ ବାରଙ୍ଗ ମୁଖ୍ୟ ରାସ୍ତାର ବଛିପୁର ନିକଟରେ ପରିବାର ସହିତ ରହୁଛନ୍ତି । ଶନିବାର ଅପରାହ୍ଣ ପ୍ରାୟ ୪.୫୦ରେ ଜଣେ ହେଲ୍ମେଟ୍ ପିନ୍ଧିଥିବା ଯୁବକ ବାଇକରେ ଆସି ତାଙ୍କ ଘର ପାଖରେ ପହଞ୍ଚିଥିଲା । ସେତେବେଳେ ଘର ତଳ ମହଲା ଓ ଦ୍ୱିତୀୟ ମହଲାରେ କେହି ନଥିଲେ । ଯୁବକ ଜଣଙ୍କ ତଳ ମହଲା ଦେଖି ସିଡିରେ ଉପରକୁ ଯାଇଥିଲା । ପୁନର୍ବାର ଫେରି ଆସି ତଳ ମହଲାରେ ଥିବା ଏକ ଗ୍ୟାସ୍ ପୂର୍ଣ୍ଣ ସିଲିଣ୍ଡରକୁ ନେଇ ବାଇକ୍ ଆଗରେ ରଖି ଚମ୍ପଟ ମାରିଥିଲା । ଚୋରକୁ ଦେଖି କୁକୁର ଜୋରରେ ଭୁକିବାରୁ ଘର ଲୋକେ ଦୌଡ଼ି ଆସିଥିଲେ । ପରେ ସିସିଟିଭି କ୍ୟାମେରା ଦେଖିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ