ତ୍ରୟୋଦଶତମ ଗ୍ରାମେଶ୍ୱର ମହୋତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋସ୍ଥିତ ଗ୍ରାମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜାଗର ଅବସରରେ ତ୍ରୟୋଦଶତମ ଗ୍ରାମେଶ୍ୱର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷାଧିକାରୀ ତଥା ମହୋତ୍ସବ କମିଟି ସଭାପତି ନରେନ୍ଦ୍ର କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ବାଙ୍କି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡ. ମୁରଲୀଧର ରଥ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂଜ୍ୟପୂଜାର ପରମ୍ପରା କିଭଳି ସମାଜକୁ ଶୃଙ୍ଖଳିତ ଓ ସଂସ୍କାରିତ କରିଥାଏ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଓ କବି ହେମନ୍ତ କୁମାର ରାଉତ ଯୋଗଦେଇ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ବୋଲି କହି ପଶୁ,ପକ୍ଷୀ ଓ ବୃକ୍ଷଲତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ବକ୍ତା ଭାବେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଶିଷ୍ୟ ଦେବାଶିଷ ଜଗତି, ସମ୍ମାନିତ ଅତିଥି ଭାବେ ପ୍ରକୃତିମିତ୍ର ପାଲାଗାୟକ ଗଗନବିହାରୀ ସିଂହ, ଜମଧର ସରପଞ୍ଚ ରାଜକିଶୋର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମହୋତ୍ସବ ସମ୍ପାଦକ ଆଦର୍ଶ ଶିକ୍ଷକ ମନୋଜ କୁମାର ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ଶ୍ରୀଧର କୁମାର ଭୋଳ ଅତିଥି ପରିଚୟ ଓ ଭବାନୀଶଙ୍କର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ଉତ୍ତମ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜଣ୍ଟିଲୋସ୍ଥିତ ଫିଉଚର ଲର୍ଣ୍ଣିଙ୍ଗ ଏକାଡେମୀର ଛାତ୍ରଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ, ମଧୁସ୍ମିତା ବେଜ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଜଣ୍ଟିଲୋ ଅଙ୍ଗନୱାଡିକେନ୍ଦ୍ରର ଛାତ୍ରଛାତ୍ରୀମାନେ ଶିବଙ୍କ ଭଜନ ଉପରେ ଆଧାରିତ ‘ଓମ୍ ନମଃ ଶିବାୟ’ ପରିବେଷଣ କରିଥିଲେ। ଏହି ଅବସରରେ ଶିକ୍ଷାବିତ ଶ୍ରୀଧର କୁମାର ଭୋଳଙ୍କୁ ଗ୍ରାମେଶ୍ୱର ଶିକ୍ଷାବିତ ସମ୍ମାନ, ସୁରେନ୍ଦ୍ର ନାଥ ଜେନାଙ୍କୁ ଗ୍ରାମେଶ୍ୱର ସମାଜସେବା ସମ୍ମାନ, କବି ବାସନ୍ତୀ ଦାସଙ୍କୁ ଗ୍ରାମେଶ୍ୱର କବୟିତ୍ରୀ ସମ୍ମାନ, ଗୈାରାଙ୍ଗ ପ୍ରଧାନଙ୍କୁ ଗ୍ରାମେଶ୍ୱର ଭାଗଚାଷୀ ସମ୍ମାନ, ସଞ୍ଜୟ କୁମାର ପତିଙ୍କୁ ଗ୍ରାମେଶ୍ୱର ଗୋସେବା ସମ୍ମାନ, ହରେକୃଷ୍ଣ ବେହେରାଙ୍କୁ ଗ୍ରାମେଶ୍ୱର କଳା ସମ୍ମାନ, ଆକୁଳାନନ୍ଦ ଲେଙ୍କାଙ୍କୁ ଗ୍ରାମେଶ୍ୱର ଗୈାରବ ସମ୍ମାନ,ଅଜୟ କୁମାର ବାରିକଙ୍କୁ ଗ୍ରାମେଶ୍ୱର ସେବା ସମ୍ମାନ, ଅରୁଣ କୁମାର ରାଉତଙ୍କୁ ଗ୍ରାମେଶ୍ୱର ଅଭିନେତା ସମ୍ମାନ ଓ ଅଙ୍କିତା ସାହୁଙ୍କୁ ତଅପୋଇ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ଶିଶୁରୋଗ ବିଶେଷଜ୍ଞ ଡା. ଭାଷ୍କର ଚନ୍ଦ୍ର ନାୟକ, ଜମଧର ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ବୈରାଗୀ ଚରଣ ସାହୁ, ଉପଦେଷ୍ଟା ରମେଶ ଚନ୍ଦ୍ର ପତି, ରବିନ୍ଦ୍ର ମୋହନ ବାରିକ, ସମାଜସେବୀ ଅକ୍ଷୟ କୁମାର ବାରିକ, ସୁରେଶ ପତି, ତନୁଜ କୁମାର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଶେଷରେ ଭଜନ ପରିବେଷଣ କରାଯାଇଥିଲା। କଳିଙ୍ଗ ଚିକିତ୍ସାଳୟ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁରେନ୍ଦ୍ର ବାରିକ, ରାଜେନ୍ଦ୍ର କୁମାର ସାହୁ, ମହେଶ୍ୱର ବାରିକ, ନିରଞ୍ଜନ ବାରିକ, ସର୍ବେଶ୍ୱର ବାରିକ, ସନ୍ତୋଷ କୁମାର ବାରିକ, ସ୍ୱାଧୀନ ବାରିକ(ଲିଟନ), ଶୁଭକେଶ ମିଶ୍ର, ଧିରେନ କୁମାର ବାରିକ, ଭରତ ସାହୁ, ହେମନ୍ତ ପତି, ବିଜୟ ବାରିକ, ବିନୟ ବାରିକ ପ୍ରମୁଖ ସହଯୋଗ କରିଥିଲେ। ସାଢେ ୧୦ଟାରେ ଗ୍ରାମେଶ୍ୱର ମହାଦେବଙ୍କ ମହାଦୀପ ଉଠିଥିଲା।


